(ଜୟନ୍ତ କୁମାର ସେଠୀ / ଗୋପ) ; ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅଧିନ ପାଟସୁନ୍ଦରପୁର ଗାଁରେ ଅଭାବନୀୟ ଘଟଣା । ଛେଳି ଉପରେ ଗାଡି ମାଡି ଯିବାକୁ କେନ୍ଦ୍ର କରି ଛୁରାମାଡ। ଘଟଣା ସ୍ଥଳରେ ଛେଳି ଜଗୁଆଳିର ମୃତ୍ୟୁ । ଘଟଣାରୁ ଜଣାପଡିଛି ଯେ ଅକ୍ଷୟ ଦାସ ନାମକ ଜଣେ ଛେଳି ଜଗୁଆଳି ରାସ୍ତାରେ ଛେଳି ଚରାଉଥିବା ସମୟରେ ସେହି ବାଟଦେଇ ରାଜୁ ଦାସ ନାମକ ବ୍ୟକ୍ତି ବାଇକିରେ ଆସୁଥିବାବେଳେ ଗୋଟିଏ ଛେଳିକୁ ଧକ୍କା ଦେଇଥିଲା। ପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ବଚସା ପରେ ରାଜୁ ଗ୍ରାମ କୁ ଯାଇ ତାର ଦୁଇ ସହଯୋଗୀଙ୍କୁ ଆଣି ପୁଣି ଅକ୍ଷୟଙ୍କ ସହ ବଚସା କରିଥିଲା। ବଚସା ଏତେ ମାତ୍ରାରେ ଉଗ୍ରରୂପ ନେଲାଯେ ବାଇକି ଚାଳକ ରାଜୁ ରାଗରେ ଅକ୍ଷୟଙ୍କ ପେଟରେ ଛୁରୀ ଭୁସିଦେଲେ । ଘଟଣା ସ୍ଥଳରେ ଅକ୍ଷ୍ୟଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇଁ ଅସ୍ତରଙ୍ଗ ପୋଲିସ ଘଟଣା ସ୍ଥାନରେ ପହଞ୍ଚିବା ପୂର୍ବରୁ ଅଭିଯୁକ୍ତ ଫୋରାର ହୋଇଯାଇଥିଲା। ତେବେ ଘଟଣା ସ୍ଥଳରୁ ଶବକୁ ଜବତ କରି ତଦନ୍ତ ଚଳାଇଛନ୍ତି ଅସ୍ତରଙ୍ଗ ପୋଲିସ। ସ୍ଥାନୀୟ ଅଞ୍ଚଳରେ ଉତେଜନା ଲାଗି ରହିଥିବା ହେତୁ ପୋଲିସ ପକ୍ଷରୁ କଡା ନଜର ରଖାଯାଇଛି।