(ନୂଆଦିଲ୍ଲୀ) : ମୋଦି ସରକାରଙ୍କ ବଡ ନିଷ୍ପତି । ଯଦି ଛୁଟିରେ ଯାଇଥିବା କୌଣସି ସୈନିକଙ୍କ ଉପରେ ଆକ୍ରମଣ ହେଉଛି ଓ ଏହି ଆକ୍ରମଣରେ ସୈନିକଙ୍କ ମୃତ୍ୟୁ ହେଉଛି। ତେବେ ଏହାକୁ ଡ୍ୟୁଟିରେ ଥାଇ ମୃତ୍ୟୁବରଣ କରଛନ୍ତି ବୋଲି ଘୋଷଣା କରାଯିବ। ଏହି ଅନୁସାରେ ମୃତ ସୈନିକଙ୍କ ପରିବାରକୁ କ୍ଷତି ପୁରଣ ପ୍ରଦାନ କରାଯିବ।କିନ୍ତୁ ଯଦି ବ୍ୟକ୍ତିଗତ ଶତୃତା ଯୋଗୁଁ କୌଣସି ସୈନିକଙ୍କ ଆକ୍ରମଣରେ ମୃତ୍ୟୁ ହୁଏ ସେ ଏହି ଯୋଜନାର ଲାଭ ପାଇବେ ନାହିଁ ।ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଲାଗୁ କରାଯାଇଥିବା ନିର୍ଦ୍ଦେଶରେ କୁହାଯାଇଛି ଛୁଟିର ଅର୍ଥ ସମସ୍ତ ପ୍ରକାର ଛୁଟି ଯାହା ସରକାର ସମସ୍ତ ସୈନିକମାନଙ୍କୁ ପ୍ରଦାନ କରନ୍ତି । ପ୍ରକୃତରେ କିଛିଦିନ ହେଲା ସୈନିକମାନଙ୍କ ଉପରେ ଆକ୍ରମଣ ବଢ଼ିଯାଇଛି। ଯେତେବେଳେ ସୈନ୍ୟମାନେ ଛୁଟିରେ ରହୁଛନ୍ତି ଏହା ଅଧୀକ ପରିମାଣରେ ହେଉଛି । କିନ୍ତୁ ଏହି ଘଟଣା କାଶ୍ମୀରରେ ଅଧୀକ ଦେଖା ଦେଉଛି। କିନ୍ତୁ ସରକାରଙ୍କ ତରଫରୁ ଏହି ମାମଲାରେ ସ୍ପଷ୍ଟିକରଣ କରି ସୈନିକମାନଙ୍କୁ ରିଲିଫ ଯୋଗାଇ ଦିଆଯାଇଛି। ସରକାର କହିଛନ୍ତି ”ସୈନିକମାନେ ଭାରତୀୟ ସେନା କର୍ମଚାରୀ ହୋଇଥିବାରୁ ସେମାନଙ୍କ ଉପରେ ଛୁଟିଦିନରେ ଆକ୍ରମଣ ହେଉଛି; ସେଥିପାଇଁ ସେମାନେ ଏହି ଲାଭ ପାଇବାର ହକଦାର”। ଏହି ନିର୍ଦ୍ଦେଶକୁ ତିନି ସେନା ପାଇଁ ଲାଗୁ କରିଦିଆଯାଇଛି। ବର୍ତ୍ତମାନ କୌଣସି ସମସ୍ୟା ଉପରେ ଯାରି କରାଯାଇଥିବା ନିର୍ଦ୍ଦେଶରେ ଆଲୋଚନା କରାଯାଇନାହିଁ