ଚୀନରେ ସ୍ଥିତି ଭୟାବହ: କରୋନା ମୃତ୍ୟୁ ସଂଖ୍ୟା ୧୭୦୦ ଟପିଲା

ବେଜିଂ : କରୋନା ଭାଇରସ୍‌ର ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଛି। ଏହି ଭୟଙ୍କର ଭାଇରସ୍‌ ଯୋଗୁଁ ଚୀନ୍‌ରେ ଗତ ସନ୍ଧ୍ୟା ସୁଦ୍ଧା ମୃତ୍ୟୁ ସଂଖ୍ୟା ୧୭ ଶହ ଟପି ଥିବା ବେଳେ ପ୍ରାୟ ୭୦ ହଜାର ଲୋକ ଏଥିରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି।

ଗତକାଲି ଆଉ ୨୬୪୧ଟି ନୂଆ ମାମଲା ସାମ୍ନାକୁ ଆସିଛି। ଏହି ଭାଇରସ୍‌ ପ୍ରାୟ ସମସ୍ତ ଦେଶକୁ ବ୍ୟାପି ଯାଇଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏ ଦିଗରେ ସମସ୍ତ ରାଷ୍ଟ୍ର ଜରୁରୀ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେଇଛି।

ଚୀନ୍‌ରେ ୯ ହଜାରରୁ ଅଧିକ ଭାଇରସ୍‌ ସଂକ୍ରମିତ ଲୋକ ସୁସ୍ଥ ହୋଇସାରିଥିବାରୁ ଏହାକୁ ଏକ ସୁଖବର ରୂପେ ବିବେଚନା କରାଯାଉଛି।  ଖୁବ୍‌ଶୀଘ୍ର ଏହାର ସଫଳ ମୁକାବିଲା ପାଇଁ ପଦ୍ଧତି ବାହାରି ପାରିବ ବୋଲି ଚୀନ୍‌ ସରକାର ଆଶା ରଖିଛନ୍ତି।