(ତ୍ରିଲୋଚନ ରାଉତ/ଭୁବନେଶ୍ୱର): ଆଜି ଚିଟଫଣ୍ଡ ଜମାକାରୀଙ୍କ ତରଫରୁ ସତ୍ୟାଗ୍ରହର ଡାକରା ଦିଆଯାଇଥିଲା । ମାନ୍ୟବର ମୁଖ୍ୟମନ୍ତ୍ରୀ ସତ୍ୟାଗ୍ରହର ପ୍ରତିନିଧି ଦଳକୁ ଡାକି ଆଲୋଚନା କରିଥିଲେ । ଏହାପରେ ଅର୍ଥମନ୍ତ୍ରୀ ଓ ଅର୍ଥସଚିବ ବିଭିନ୍ନ ଦାବି ବିଷୟରେ ଆଲୋଚନା କରି ଦାବିର ଯଥାର୍ଥତା ବୁଝିଥିଲେ,ଏବଂ ଚିଟ ଫଣ୍ଡ ସମ୍ପର୍କରେ ସରକାରଙ୍କ ପାଖରେ କ’ଣ ତଥ୍ୟ ଅଛି ଓ କଣ ପଦକ୍ଷେପ ନେଇଛନ୍ତି ସେ ବିିଷୟରେ ଏକ ସ୍ୱେତପତ୍ର ଖୁବଶୀଘ୍ର ପ୍ରକାଶ କରାଯିବ ବୋଲି କହିଥିଲେ । ସରକାର ଏହାର ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନେବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି । ଆସନ୍ତା ୨୨ ତାରିଖରେ କଲେକ୍ଟରଙ୍କ ସହିତ ଏକ ବୈଠକ ଡକାଯାଇଛି ଏବଂ ଚିଟଫଣ୍ଡ ଜମାକାରୀଙ୍କୁ କିପରି ଚିହ୍ନଟ କରାଯିବ ଏନେଇ ଆଲୋଚନା କରାଯିବ ବୋଲି ବିଜେଡି ନେତା ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି ।