ଚିକେନ ଆଳୁ କୋରମା

(ରିପୋର୍ଟସ ଟୁଡେ / ମଧୁସ୍ମିତା ତ୍ରିପାଠୀ): ଘରେ ବନାନ୍ତୁ ଚିକେନ ଆଳୁ କୋରମା ।
ଆବଶ୍ୟକ ସାମଗ୍ରୀ : ଚିକେନ-୫୦୦ ଗ୍ରାମ , ତେଲ- ଅଳ୍ପ , ଗୁଜୁରାତି-କିଛିଟା , ଡ଼ାଲଚିନି ଗୁଣ୍ଡ , କଟା ପିଆଜ , ରସୁଣ ପେଷ୍ଟ , ଲେମ୍ବୁ ରସ , ଧନିଆ ଗୁଣ୍ଡ , ହଳଦୀ ଗୁଣ୍ଡ , କଟା ନଡିଆ , କଞ୍ଚା ଲଙ୍କା , ଆଳୁ , ଲବଙ୍ଗ ଓ ଲବଙ୍ଗ ଗୁଣ୍ଡ , ଜିରା ଗୁଣ୍ଡ , କେଶର- ଅଳ୍ପ , ଦହି , ଲଙ୍ଗା ଗୁଣ୍ଡ ,ବାଦାମ ,ଲୁଣ କଟା ଧନିଆ , ଘିଅ
ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ଚିକେନକୁ ଭଲ ଭାବେ ଧୋଇ ରଖନ୍ତୁ। ବାଦାମକୁ ବତୁରାଇ ରଖନ୍ତୁ। ଆଳୁର ଚୋପା ଛଡ଼ାଇ ଧୋଇ ଏକ ପାତ୍ରରେ ରଖନ୍ତୁ। ଏବେ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଏଥିରେ ଆଳୁ ପକାଇ ଭାଜି ଦିଅନ୍ତୁ। କେଶରକୁ ସାମାନ୍ୟ ଉଷୁମ ପାଣିରେ ପକାଇ ବତୁରାଇ ଦିଅନ୍ତୁ। ଏବେ ଦହିରେ ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହି ମିଶ୍ରଣକୁ ଚିକେନରେ ପକାଇ ୩୦ ମିନିଟ ରଖିଦିଅନ୍ତୁ। କଡ଼େଇରେ ନଡ଼ିଆ, ବାଦାମକୁ ଭାଜି ଦିଅନ୍ତୁ। ଏହାକୁ ପେଷି ଦିଅନ୍ତୁ। ବର୍ତ୍ତମାନ ଗ୍ୟାସରେ ପୁଣି କଡ଼େଇ ବସାଇ ଘିଅ ଗରମ କରନ୍ତୁ। ଘିଅ ଗରମ ହେବା ପରେ ଡ଼ାଲଚିନି, ଲବଙ୍ଗ, ଗୁଜୁରାତି ପକାଇ ଭାଜନ୍ତୁ। କିଛି ସମୟ ପରେ ଏଥିରେ ପିଆଜ ପକାଇ ମଧ୍ୟ ଭାଜନ୍ତୁ। ଭାଜିବା ପରେ ଏଥିରେ ଅଦାରସୁଣ ବଟା ପକାଇ କିଛି ସମୟ କଷନ୍ତୁ। କଷିବା ପରେ ଏଥିରେ ଗୋଳାଇ ରଖିଥିବା ଚିକେନ ପକାଇ କିଛି ସମୟ ଗ୍ୟାସରେ ବସାନ୍ତୁ। ପୁଣି ଗ୍ୟାସରେ ଏକ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲରେ ପୂର୍ବ ପ୍ରସ୍ତୁତ ଚିକେନକୁ ପକାଇ ଏଥିରେ ବାଦାମ ମିଶ୍ରଣ, ବିଭିନ୍ନ ମସଲା, ଆଳୁ ପକାଇ , ୨କପ ପାଣି ଦେଇ ୫ ମିନିଟ ଗ୍ୟାସରେ ବସାନ୍ତୁ। ଏହାପରେ ଏଥିରେ ଗୁଜୁରାତି ଗୁଣ୍ଡ, ଲବଙ୍ଗ ଗୁଣ୍ଡ ପକାଇ ୧ ମିନିଟ ବସାନ୍ତୁ। ୧ ମିନିଟ ପରେ ଏକ ପାତ୍ରକୁ କାଢି କଟା ଧନିଆ ପତ୍ର ଓ କଞ୍ଚା ଲଙ୍କା ପକାଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଚିକେନ ଆଳୁ କୋରମା ତରକାରୀ।