ଚଳିତ ନିର୍ବାଚନରେ ବଢ଼ିବ ଭୋଟର ଭେରିଫାଏବୁଲ ପେପର

(ମୃତ୍ୟୁଞ୍ଜୟ ଭୋଇ/ରିପୋଟରର୍ସ ଟୁଡ଼େ ) : ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ଚଳିତ ନିର୍ବାଚନରେ ବଢ଼ିବ ଭୋଟର ଭେରିଫାଏବୁଲ ପେପର ଅଡିଟ୍‌ ଟ୍ରେଲ-ଠଠଚଇଞ ପେପର୍‌ ସ୍ଲିପ୍‌ ଗଣତି ସଂଖ୍ୟା। ପୂର୍ବରୁ ପ୍ରତି ନିର୍ବାଚନୀ କ୍ଷେତ୍ରରେ ଗୋଟିଏ ପୋଲିଂ ବୁଥରେ ହିଁ ଭିଭିପାଟ୍‌ ସ୍ଲିପ୍‌ ସହ ଇଭିଏମ୍‌ ଭୋଟ୍‌ର ଟାଲି କରାଯାଇ ପାରିବ ବୋଲି ନିଷ୍ପତ୍ତି ନେଇଥିଲେ ନିର୍ବାଚନ କମିଶନ। ବର୍ତ୍ତମାନ କୋର୍ଟ ଏହାକୁ ୫ ଗୁଣା ବଢ଼ାଇଛନ୍ତି। ତେଣୁ ବର୍ତ୍ତମାନ ୫ଟି ଋଠଗ ର ଠଠଚଇଞ ପେପର୍‌ ସ୍ଲିପ୍‌ ତୁଳନା କରାଯିବ। ବର୍ତ୍ତମାନ ୪ ହଜାର ୧୨୫ ଇଭିଏମ୍‌ର ଗଣନା ହୋଇ ପାରୁଥିଲା। କୋର୍ଟଙ୍କ ନୂଆ ନିଷ୍ପତ୍ତି ଅନୁସାରେ ୨୦ ହଜାର ୬୨୫ ଇଭିଏମ୍‌ର ପେପର୍‌ ସ୍ଲିପ୍‌ ତୁଳନା ହେବ। ତେଲୁଗ ଦେଶମ୍‌ ପାର୍ଟି ସହ ସମେତ ୨୧ଟି ବିରୋଧୀ ଦଳ ଏନେଇ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ନିର୍ବାଚନରେ ସ୍ୱଚ୍ଛତା ଲାଗି ଅତିକମ୍‌ରେ ୫୦ ପ୍ରତିଶତ ଭିଭିପାଟ ସ୍ଲିପ୍‌ ଚେକ୍‌ ହେବା ଆବଶ୍ୟକ ବୋଲି ୨୧ଟି ବିରୋଧୀ ଦଳ କୋର୍ଟରେ ଆବେଦନ କରିଥିଲେ।