(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଏଏସଆଇଙ୍କୁ ଥାନା ଅଧିକାରୀଙ୍କ ମାଡ ଅଭିଯୋଗ । ଚନ୍ଦ୍ରଶେଖରପୁର ଥାନା ମୌତ୍ରି ବିହାର ଫାଣ୍ଡି ଏଏଆଇ ବିରେନ ମାଝିଙ୍କୁ ନୟାଗଡ ଦଶପଲ୍ଲା ବାଣିଗୋଛା ଥାନା ଅଧିକାରୀ ରାସ୍ତାରେ ଅଟକାଇ ମାଡ ମାରିବା ସହ ଥାନାରେ ଏସଆଇଙ୍କ ପତ୍ନୀ ରିତାଞ୍ଜଳୀ ମଲ୍ଲିକଙ୍କୁ ଡକାଇ ମାଡ ମାରି ଲହୁ ଲୁହାଣ କରିଥିବା ଅଭିଯୋଗ ହୋଇଛି । ଏହାସହ ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଗତାୟତ ଏଏସଆଇଙ୍କୁ ୩୦୭ଦଫାରେ ଗିରଫ କରିଥିବା ଜଣାପଡିଛି । ତେବେ କେଉଁ କାରଣ ପାଇଁ ମାଡ ମାରିଛନ୍ତି ତାହା ଜଣାପଡିନାହିଁ ।
ଅଭିଯୋଗାନୁଯାୟୀ ଯେ, ଗତକାଲି ଫାଣ୍ଡି ଏଏସଆଇ ବିରେନ ମାଝି ଓ ତାଙ୍କ ପତ୍ନୀ ରିତାଞ୍ଜଳି ନିଜ ବଡ ମାଆଙ୍କ ଶବ ସତ୍କାର ପାଇଁ ନେଫାରୀ ଗାଁକୁ ଯାଉଥିବା ବେଳେ ତୁମୁଡିବିନ୍ଧା ରାସ୍ତାରେ ସଧା ପୋଷାକରେ ବାଣିଗୋଛ ଥାନା ଅଧିକାରୀ ସେମାନଙ୍କୁ ଅଟକାଇ ଧମକ ଦେବା ସହ ନିର୍ଦ୍ଧୁମ ପଟିଥିବା ଅଭିଯୋଗ ହୋଇଛି । ଏହାପରେ ଏଏସାଇଙ୍କ ପତ୍ନୀଙ୍କୁ ଥାନାକୁ ଡକାଇ ତାଙ୍କୁ ପିଟି ଲହୁଲୁହାଣ କରିଥିବା ଲିଖିତ ଅଭିଯୋଗ କରିଛନ୍ତି ମହିଳା । ମାଡରେ ଲହୁ ଲୁହାଣ ହେବା ପରେ ମେଡିକାଲ ଯାଇ େଓøଷଧ କିଣି ଖାଇଥିବ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି । ତାଙ୍କ ପ୍ରତି ହୋଇଥିବା ଅତ୍ୟାଚାର ପାଇଁ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଓଡିଶା ପୋଲିସ ଆସୋସିଏସନର ସଭାପତିଙ୍କୁ ଅଭିଯୋଗ ପତ୍ର ପଠାଇଛନ୍ତି ।