ଘର ସାମ୍ନାରେ ମହିଳାଙ୍କୁ ଗୁଳିମାଡ

(ମୃତ୍ୟୁଞ୍ଜୟ ଭୋଇ/ରିପୋଟରର୍ସ ଟୁଡ଼େ) : ଝାରସୁଗୁଡା ଜିଲ୍ଲା ସାରସମାଲରେ ଜଣେ ମହିଳାଙ୍କୁ କିଛି ଦୁର୍ବୃତ ତାଙ୍କ ଘର ସାମ୍ନାରେ ଗୁଳିମାଡ କରି ଚାଲିଯାଇଛନ୍ତି । ଏଥିରେ ମହିଳାଙ୍କ ମୃତ୍ୟୁ ଘଟିଛି ।
ସୂଚନାନୁସାରେ, ଗତକାଲି ବିଳମ୍ବିତ ରାତ୍ରରେ ଘରେ ସମସ୍ତେ ଶୋଇଥିବା ବେଳେ କନକଲତା ରୋହିଦାସନାମକ ଜଣେ ମହିଳା ତାଙ୍କ ଘର ସାମ୍ନାରେ ଛିଡା ହୋଇଥିଲେ । ଏହି ସମୟରେ କିଛି ଦୁର୍ବୃତ ଆସି ତାଙ୍କୁ ଗୁଳିମାଡ କରିଥିଲେ । ଗୁଳି ତାଙ୍କର ଛାତିରେ ବାଜିଥିଲା ଓ ସେଠାରେ ହିଁ ସେ ପ୍ରାଣ ହରାଇଥିଲେ । ରାତି ପ୍ରାୟ ୨ଟାରେ ତାଙ୍କ ସ୍ୱାମୀ ବାହାରକୁ ଆସି କନକଲତାଙ୍କ ମୃତଦେହ ଦେଖିବାକୁ ପାଇଥିଲେ । ଏପରିକି ଗୁଳିର ଶବ୍ଦ ମଧ୍ୟ ପରିବାର ଲୋକେ ଶୁଣିନଥିବା ସ୍ୱାମୀ କହିଛନ୍ତି । ଖବର ପାଇ ଝାରସୁଗୁଡା ପୋଲିସ ଘଟଣାସ୍ଥଳରେ ପହିଁଚି ତଦନ୍ତ ଆରମ୍ଭ କରିଛି ।