ଘର ଭିତରେ ପଶିଲା ଟ୍ରକ

(ସାନଖେମୁଣ୍ଡି) ; ଘର ଭିତରେ ପଶିଲା ୧୦ ଚକିଆ ଟ୍ରକ । ଅଳ୍ପକେ ବର୍ତ୍ତିଲେ ପରିବାରର ୫ ସଦସ୍ୟ କ୍ଷ ଏପରି ଏକ ଅଭାବନୀୟ ଦୁର୍ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ୫୯ ନଂ ଜାତୀୟ ରାଜପଥର ଗଡ଼ଦାମଦର ପଲ୍ଲୀ ଠାରେ। ଘଟଣାରୁ ପ୍ରକାଶ, ଟ୍ରକଟି ସୋରଡ଼ାରୁ ଆସିକା ଅଭିମୁଖେ ଯାଉଥିବା ବେଳେ ଗଡ଼ଦାମଦର ପଲ୍ଲୀ ଠାରେ ଭାରସାମ୍ୟ ହରାଇ ଜାତୀୟ ରାଜପଥ କଡରେ ଥିବା ପାଞ୍ଚୋଟି ଘରେ ପଶି ଯାଇଥିଲା । ଦୁର୍ଘଟଣାରେ ଗୋଟିଏ ମୋଟର ସାଇକେଲ ଓ ୩ଟି ଘର ଭାଙ୍ଗି ଯାଇଥିବା ବେଳେ ଅଳ୍ପକେ ବର୍ତ୍ତିଗଲେ ପରିବାର ସଦସ୍ୟ । ଘଟଣା ସ୍ଥଳରେ ଧରାକୋଟ ପୋଲିସ ପହଞ୍ଚି ଡ୍ରାଇଭରକୁ ଅଟକ ରଖି ତଦନ୍ତ ଜାରି ରଖିଛି ।