ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ସଂଘର୍ଷ ଏବଂ ଉତ୍ତେଜନା ବର୍ତ୍ତମାନ ଭାରତୀୟ ରୋଷେଇ ଘର ଉପରେ ସିଧାସଳଖ ପ୍ରଭାବ ପକାଉଛି। ଉପସାଗରୀୟ ଦେଶଗୁଡ଼ିକୁ ରପ୍ତାନିରେ ଗୁରୁତ୍ୱପୂର୍ଣ୍ଣ ବାଧା ଯୋଗୁଁ ଘରୋଇ ବଜାରରେ ଅଣ୍ଡା ମୂଲ୍ୟ ହ୍ରାସ ପାଇଛି। ଗତ କିଛି ସପ୍ତାହ ମଧ୍ୟରେ ସମଗ୍ର କର୍ଣ୍ଣାଟକରେ ଅଣ୍ଡା ମୂଲ୍ୟରେ ତୀବ୍ର ହ୍ରାସ ଘଟିଛି । ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ପ୍ରତି ଅଣ୍ଡାର ମୂଲ୍ୟ ୭.୦୬ ରୁ ହ୍ରାସ ପାଇ ୪.୬୦ ହୋଇଛି । ଏହି କାରଣରୁ ବ୍ୟବସାୟୀମାନେ ସ୍ପଷ୍ଟ ଭାବରେ ଚିନ୍ତା ପ୍ରାକଶ କରିଛନ୍ତି ।
ଆମେରିକା- ଇସ୍ରାଏଲ ଇରାନ ଯୁଦ୍ଧ ଯୋଗୁଁ ଅନେକ ରେଟ୍ ହୁ ହୁ ହୋଇ ବଢିବାରେ ଲାଗିଛି। କିନ୍ତୁ କିଛି ସାମଗ୍ରୀ ଯୁଦ୍ଧ ପାଇଁ ଶସ୍ତା ହୋଇଯାଇଛି। ଯଥା – ନିରନ୍ତର ଉତ୍ପାଦନ ହେଉଥିବା ଅଣ୍ଡା। ବଜାରରେ ଏବେ ଅଣ୍ଡା ଗୋଟା ୪ ଟଙ୍କା ୫୦ ପଇସା। ଟ୍ରେ ୧୪୦ ଟଙ୍କା। ପେଟି ୯୩୪ ଟଙ୍କା ହୋଲସେଲ ଦର ରହିଛି। ବିଧାନ ସଭାରେ ମତ୍ସ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲିକ୍ ଙ୍କ ଉତ୍ତର ଅନୁସାରେ ଆମ ରାଜ୍ୟ ଓଡ଼ିଶା ଅଣ୍ଡା ଉତ୍ପାଦନ ରେ ପଛୁଆ ରାଜ୍ୟ ରହିଛି।
ସଙ୍କଟ ପୂର୍ବରୁ, ଭାରତ ଉପସାଗରୀୟ ଦେଶଗୁଡ଼ିକୁ ଦୈନିକ ପ୍ରାୟ ୧୦ ନିୟୁତ ଅଣ୍ଡା ରପ୍ତାନି କରୁଥିଲା। ଆଶ୍ଚର୍ୟ୍ୟଜନକ ଭାବରେ, ଭାରତରେ ଉତ୍ପାଦିତ ସମସ୍ତ ରପ୍ତାନିଯୋଗ୍ୟ ଅଣ୍ଡାର ପ୍ରାୟ ୮୦% କେବଳ ଉପସାଗରୀୟ ଦେଶଗୁଡ଼ିକ ପାଇଁ ଉଦ୍ଦିଷ୍ଟ। ରପ୍ତାନି ବନ୍ଦ ହେବା ଯୋଗୁଁ, ଏହି ବିଶାଳ ଷ୍ଟକ୍ ଏବେ ଘରୋଇ ବଜାରକୁ ପଠାଯାଉଛି, ଯାହା ଫଳରେ ଯୋଗାଣ ଚାହିଦାଠାରୁ ବହୁତ ଅଧିକ ହେଉଛି।
ସାଢ଼େ ଚାରି କୋଟି ଓଡ଼ିଆଙ୍କ ପାଇଁ ପ୍ରତିଦିନ ଓଡ଼ିଶାରେ ୧୩୮.୩୬ ଲକ୍ଷ ଅଣ୍ଡାର ଆବଶ୍ୟକ ରହିଥିବା ବେଳେ ୧୧୭.୪ ଲକ୍ଷ ପରିମାଣର ଅଣ୍ଡା ଉତ୍ପାଦନ କରନ୍ତି ଓଡ଼ିଶା କୁକୁଡ଼ା ଚାଷୀ। ପ୍ରଶ୍ନ ଉଠୁଛି ତଥାପି ଅଣ୍ଡା ଦର ଏତେ ଶସ୍ତା ହେଲା କେମିତି। ଏହାର ଉତ୍ତର ଆସିଛି ଯୁଦ୍ଧ କ୍ଷେତ୍ରରୁ। ଆନ୍ଧ୍ର, ତେଲେଙ୍ଗାନାର ଅଣ୍ଡା ମଧ୍ୟ ପ୍ରାଚ୍ୟ ଦେଶକୁ ରପ୍ତାନୀ ହୋଇ ପାରୁନାହିଁ। ତେଣୁ ଆନ୍ଧ୍ର ଚାଷୀ ଓଡ଼ିଶା କୁ ପ୍ରଚୁର ପରିମାଣରେ ଅଣ୍ଡା ରପ୍ତାନୀ କରୁଛନ୍ତି। ସେଥିପାଇଁ ରାଜ୍ୟରେ କମିଛି ଅଣ୍ଡା ରେଟ୍। ୧୫ ଦିନ ତଳେ ଅଣ୍ଡା ଗୋଟା ସର୍ବାଧିକ ୯ ଟଙ୍କା ଯାଏ ବିକ୍ରି ହେଉଥଲା। ଆଉ ଆଜି ର ରେଟ୍ ରହିଛି ଅଣ୍ଡା ଗୋଟା ୪ ଟଙ୍କା ୫୦ ପଇସା। ଟ୍ରେ ୧୪୦ ଟଙ୍କା। ପେଟି ୯୩୪ ଟଙ୍କା ହୋଲସେଲ ଦର ରହିଛି।