(ଭୁବନେଶ୍ୱର / ସ୍ୱରୁପା ମହାପାତ୍ର) : ଭାରତରେ ବ୍ୟାଙ୍କ ସେବାକୁ ଅଧିକ ପ୍ରସାରିତ କରି ପ୍ରତ୍ୟେକ ନାଗରିକଙ୍କ ପାଖରେ ପହଞ୍ଚ।ଇବା ସରକାରଙ୍କ ପ୍ରାଥମିକତା ହେବା ଉଚିତ। ମାତ୍ର ସରକାର ରାଷ୍ଟ୍ରାୟତ ବ୍ୟାଙ୍କ ଗୁଡିକରୁ ବିପୁଳ ପରିମାଣର ଋଣ ନେଇ ପରିଶୋଧ କରୁନଥିବା କର୍ପୋରେଟରଙ୍କ ହାତରେ ବ୍ୟାଙ୍କ ଗୁଡିକୁ ଟେକି ଦେବାର ବ୍ୟବସ୍ଥା କରୁଛନ୍ତି।ସରକାର ଅଧିକା କର୍ମ ନିଯୁକ୍ତି କଥା କହୁଥିବା ବେଳେ ବ୍ୟାଙ୍କ ଗୁଡିକର ଘରୋଇକରଣ ଆଦୌ ଗ୍ରହଣୀୟ ନୁହେଁ।ଅନଦେୟ ଋଣ ଆଦାୟ ନିମିତ୍ତ କଠୋର ନିୟମ ପ୍ରଣୟନ କରାଯାଇ ଦୋଷୀ ମାନଙ୍କ ବିରୋଧରେ ଦୃଷ୍ଟାନ୍ତ ମୁଳକ ଦଣ୍ଡ ବିଧାନର ବ୍ୟବସ୍ଥା ଦାବି ନେଇ ବାରମ୍ବାର ଦାବି କରାଯାଇଥିଲେ ମଧ୍ୟ ସରକାର କର୍ଣ୍ଣପାତ କରୁନାହାନ୍ତି।ତେଣୁ ସମସ୍ତ ବ୍ୟାଙ୍କ କର୍ମଚାରୀ ଓ ଅଫିସର ମାନଙ୍କ ସଂଗଠନକୁ ନେଇ ଦେଶର ସମସ୍ତ ରାଜ୍ୟ ରାଜଧାନୀରେ ୧୬ଓ ୧୭ ଡ଼ିସେମ୍ବର ରେ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ ଆହ୍ଵାନ ଫିଆଯାଇଛି।
ସୂଚନାଯୋଗ୍ୟ ଯେ ପୁର୍ବରୁ ଘରୋଇ ମଳିକାନା ଅଧିନରେ ଥିବା ବ୍ୟାଙ୍କ ଗୁଡିକର ଦେଶର ଅର୍ଥନୀତି ପାଇଁ କୌଣସି ଅବଦାନ ନଥିଲା ବରଂ ଘରୋଇ ପୁଞ୍ଜି ବୃଦ୍ଧି ଓ ଲାଭ ପାଇଁ କାମ କରୁଥିଲେ ବ୍ୟାଙ୍କ ଗୁଡିକ। ସମୟକ୍ରମେ ୧୯୫୫ରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ,୧୯୬୯ରେ ୧୪ଟି, ୧୯୮୦ରେ ୬ଟି,ଏବଂ ୧୯୭୬ରେ ଗ୍ରାମ୍ୟ ବ୍ୟାଙ୍କ ପ୍ରତିଷ୍ଠା ପରେ ୯୩ ଭାଗ ବ୍ୟବସ୍ଥା ସରକାରୀ ମଳିକାନକୁ ଆସିବା ପରେ ଭାରତରେ ବ୍ୟାଙ୍କ ବ୍ୟବସ୍ଥା ଗଣ ବ୍ୟାଙ୍କରେ ପରିଣତ ହୋଇଥିଲା । ସାର୍ବଜନୀନ ବ୍ୟାଙ୍କ ଗୁଡିକର ଘରୋଇ କରଣ ସର୍ବଦା ଅନୁଚିତ, ଓ ଜନ ବିରୋଧୀ ପଦକ୍ଷେପ। ଜାତୀୟ ବ୍ୟାଙ୍କ ଗୁଡିକ ସର୍ବଦା ଦେଶର ଉନ୍ନତି ପାଇଁ କାମ କରି ଆସୁଛନ୍ତି। ଲକ୍ଷ ଲକ୍ଷ କୋଟି ଟଙ୍କାର ସର୍ଵ ସାଧାରଣଙ୍କ ଜମା ରାଶିକୁ ପୁଞ୍ଜିପତି ମାନଙ୍କ ହାତରେ ଦେଇଦେବା ନିତ୍ୟାନ୍ତ ପକ୍ଷରେ ଅକ୍ଷମଣୀୟ।