ଘରେ ବନାନ୍ତୁ ଚିଜ୍ ଲଲିପପ୍

(ରିପୋର୍ଟସ ଟୁଡେ /ମଧୁସ୍ମିତା ତ୍ରିପାଠୀ): ଆବଶ୍ୟକୀୟ ସାମଗ୍ରୀ: ପିଆଜ, କର୍ନଫ୍ଲୋର, ମଇଦା, ଚିଜ୍‌, ବେବିକର୍ନ, ପନିର-୧୫୦ଗ୍ରାମ୍‌, କଞ୍ଚାଲଙ୍କା, ସିଝାଆଳୁ, ବେସଲୀ, କେପସିକୋ ସସ୍‌, ଲୁଣ, ହ୍ବାଇଟ୍‌ ପିପର, ବ୍ଲାକ୍‌ ପିପର, ହଟ୍‌ ଗାର୍ଲିକ୍‌ ସସ୍‌।
ପ୍ରସ୍ତୁତି:
ପନିର ଓ ସିଝା ଆଳୁ ଚକଟି ଦିଅନ୍ତୁ। ସେଥିରେ ଚପ୍‌ ସାଇଜ୍‌ ପିଆଜ ଓ କଞ୍ଚାଲଙ୍କା, ଚିଜ୍‌, ବେସ୍‌ଲୀ, କେପ୍‌ସିକୋ ସସ୍‌, ହ୍ବାଇଟ୍‌ ପିପର, ବ୍ଲାକ୍‌ ପିପର ମିଶାଇ ଗୋଳାଇ ଦିଅନ୍ତୁ। ଏଥିରେ ହାଲୁକା କର୍ନଫ୍ଲୋର ଓ ମଇଦା ପକାଇ ବହଳିଆ କରି ଦିଅନ୍ତୁ। ଏହାପରେ ଲଲିପପ୍‌ ଭଳି ଗୋଲ୍‌ ଗୋଲ୍‌ କରନ୍ତୁ ଓ ବେବିକର୍ନକୁ ଭାଙ୍ଗି ଏଥିରେ ଲଗାନ୍ତୁ। ଏବେ କର୍ନଫ୍ଲୋର ଗୁଣ୍ଡରେ ଚପ୍‌କୁ ଗୋଳେଇ ହାଲୁକା ଗରମ ତେଲରେ ଭାଜନ୍ତୁ। ଖୁବ୍‌ କମ୍‌ ସମୟ ଗୋଲ୍‌ଡେନ୍‌ କଲର୍‌ ହେବା ପର୍ୟ୍ୟନ୍ତ ଭାଜନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଚିଜ୍‌ ଲଲିପପ୍‌। ଚିଜ୍‌ ଲଲିପପ୍‌ରେ ହଟ୍‌ ଗାର୍ଲିକ୍‌ ସସ୍‌ ମିଶାଇ ଖାଆନ୍ତୁ ।