(ରିପୋଟରର୍ସ ଟୁଡ଼େ): ଘରେ ଛୁଆ ସବୁ ବେଳେ ବିଭିନ୍ନ ପ୍ରକାର ରୁଚିକର ଖାଦ୍ୟ ଖାଇବାକୁ ଜିଦ୍ ଧରି ବସିଥାନ୍ତି । ସମସ୍ତଙ୍କ ଘରେ କ୍ଷୀର ଓ ସବୁବେଳେ ଉପଲବ୍ଧ ହୋଇଥାଏ । ଅତି ଅଳ୍ପ ସମୟରେ କିଛି ସ୍ପେଶାଲ ବନାଇବା ଆସନ୍ତୁ ।
ଆବଶ୍ୟକୀୟ ସାମଗ୍ରୀ: କ୍ଷୀର-୧ଲିଟର ,ଅଣ୍ଡା-୬ଟି,ଚିନି-୬ଚାମଚ.
ପ୍ରସ୍ତୁତିପ୍ରଣାଳି: ପ୍ରଥମେ ଗୋଟେ଼ କପ୍ ପାଣି ଏକ ପ୍ୟାନରେ ବସାନ୍ତୁ । ତାପରେ ଚିନି ପକାନ୍ତୁ । ଚିନି ମିଶିଯିବା ପରେ ଏହାକୁ ଓଲ୍ଲାଇ ଏକ ପ୍ଳେଟରେ ରଖନ୍ତୁ । ଆଉ ଏକ ଓସାରିଆ ପାତ୍ରରେ କ୍ଷୀର ସିଝାଇ ଆଣନ୍ତୁ । ଅଣ୍ଡାକୁ ଭାଙ୍ଗି କ୍ଷୀର ସହ ପୁରା ମିଶାଇ ଦିଅନ୍ତୁ । ଏହାପରେ କଡ଼େଇରେ ଏକ ଷ୍ଟାଣ୍ଡ ରଖି ତଳେ ପାଣି ଦେଇ ବସାନ୍ତୁ । ପୂର୍ବରୁ ପ୍ରସ୍ତୂତ କରିଥିବା ଚିନିଶିରା ଉପରେ ଏହି ମିଶ୍ରଣ ପକାଇ ଘୋଡ଼ାଇ ଦିଅନ୍ତୁ । ୨୦ମିନଟ ପରେ ଏହାକୁ ଓଲ୍ଲାଇ । ବସାଇଥିବା ପାତ୍ରକୁ ଲେଉଟାଇ ସର୍ଭ କରନ୍ତୁ ଏଗ୍ ପୁଡ଼ିଙ୍ଗ୍ ।