ଘରେ ପ୍ରସ୍ତୁତ ଗରମା ଗରମ ଟମାଟୋ ଦୋସା

(ରିପୋର୍ଟସଟୁଡେ): ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବା ଟମାଟୋ ଦୋସା ।
ଆବଶ୍ୟକ ସାମଗ୍ରୀ :
ଅଟା: ୧ କପ୍‌
ଚଣା ଅଟା : ୨ ଚାମଚ
ଟମାଟର: ୩ଟି
ତେଲ ୧/୨ କପ୍‌
କଞ୍ଚାଲଙ୍କା : ୩
ସୁଜି: ୧ କପ୍‌
ରସୁଣ : ୪ଟ କୋଲା
ସୋଡା: ୧ ଚୁଟ୍‌କୀ
ଧନିଆପତ୍ର :
ଲୁଣ : ସ୍ୱାଦୁନସୁାରେ
ହଳଦୀ : ୧ ଚାମଚ
ଜିରା ପାଉଡର : ୧/୨ ଚାମଚ
ଘିଅ : ୩ ଚାମଚ
ବଟର : ୩ ଚାମଚ
ପ୍ରସ୍ତୁତି ପ୍ରଣାଳୀ :
ପ୍ରଥମେ ରସୁଣ, ଟମାଟର ଏବଂ କଞ୍ଚାଲଙ୍କାକୁ ଭଲଭାବେ ପେଷ୍ଟ କରିଦିଅନ୍ତୁ। ଏବେ ଏକ ଜାଗାରେ ସୁଜି, ଚାଉଳ ଅଟା, ଚଣା ଅଟା, ଲୁଣ, ସୋଡା ଏବଂ ବାକି ମସଲା ପକାଇ ମିଶାଇ ଦିଅନ୍ତୁ। ଏହା ପରେ ଛୋଟ ଛୋଟ କଟା ହୋଇଥିବା ଧନିଆପତ୍ର ଏବଂ ପାଣି ଦେଇ ଭଲଭାବେ ମିଶାଇ ଦିଅନ୍ତୁ। ଏବେ ୫ ମିନିଟ ଘୋଳକୁ ରଖିଦିଅନ୍ତୁ। ୫ ମିନିଟ୍‌ ପରେ ଏହାକୁ ଗ୍ରାଇଣ୍ଡରରେ ପେଷ୍ଟ କରିଦିଅନ୍ତୁ। ଏବେ ତାଓ୍ଵାରେ ତେଲ ପକାଇ ପିଠା କଲାଭଳି ଆଣ ଢାଳି ଦୋସା ତିଆରି କରନ୍ତୁ। ଏହା ଉପରେ ତେଲ କିମ୍ବା ବଟର ପକାଇ ମଧ୍ୟମ ଆଞ୍ଚରେ ବସାଇ ଦିଅନ୍ତୁ। ଦୁଇ କଡ ଭଲଭାବେ ସେକି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ଟମାଟୋ ଦୋସା। ଏହାକୁ ଏବେ ମନ ପସନ୍ଦର ଚଟଣୀ ଲଗାଇ ଖାଆନ୍ତୁ।