ଘରେ ପ୍ରସ୍ତୁତ କରନ୍ତୁ ‘ ମୂଳା ଦହି ବରା ’

(ରିପୋର୍ଟସଟୁଡେ): ଆପଣ ହଦିବରା ତ ନିଶ୍ଚୟ ଖାଇଥିବେ । କିନ୍ତୁ କେବେ ‘ମୂଳା ଦହିବରା’ଖାଇଛନ୍ତି , ଯଦିି ନଖାଇଛନ୍ତି ତେବେ ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବା ମୂଳା ଦହି ବରା ।

ଆବଶ୍ୟକ ସାମଗ୍ରୀ: ମୂଳା, ଦହି, କଞ୍ଚା ଲଙ୍କା, ବିରି ଡାଲି, ସୋରିଷ, ଭୃଶଙ୍ଗ ପାତ୍ର, ଶୁଖିଲା ଲାଲ ଲଙ୍କା, ଧନିଆ ପତ୍ର, ହେଙ୍ଗୁ, ରିଫାଇନ୍‌ ତେଲ ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବିରି ଡାଲିକୁ ୩ ଘଣ୍ଟା ପାଣିରେ ବତୁରାଇ ଦିଅନ୍ତୁ । ବିରି ବତୁରି ଗଲେ ଏହାକୁ ଭଲ ଭାବେ ବାଟି ରଖନ୍ତୁ । ଏବେ ମୂଳାକୁ ଧୋଇ କରି କୋରି ଦିଅନ୍ତୁ । ବିରି ବଟାରେ ଲୁଣ, କୋରା ମୂଳା ଓ କଟା କଞ୍ଚା ଲଙ୍କାକୁ ଭଲ ଭାବେ ମିଶାଇ ଦିଅନ୍ତୁ ।
ଏବେ କଡ଼େଇରେ ଅଳ୍ପ ତେଲ ଗରମ କରି ସେଥିରେ ସୋରିଷ, ଭୃଶଙ୍ଗ ପତ୍ର ,ଶୁଖିଲା ଲଙ୍କା ପକାଇ ଛୁଙ୍କ କରନ୍ତୁ। ଛୁଙ୍କରେ କଟା ଧନିଆ ପତ୍ର ଓ ହେଙ୍ଗୁ ପକାଇ ଗ୍ୟାସ୍‌ ବନ୍ଦ କରି ଦିଅନ୍ତୁ । ଅନ୍ୟ ଏକ ପାତ୍ରରେ ବସା ଦହି ଭଲ ଭାବେ ଫେଣ୍ଟି ନିଅନ୍ତୁ । ତା’ ପରେ ଛୁଙ୍କର ଏହି ମିଶ୍ରଣକୁ ଦହିରେ ଢାଳନ୍ତୁ।
କଡେଇରେ ପୁଣି ତେଲ ଗରମ କରି ସେଥିରେ ବଟା ହୋଇଥିବା ମୂଳା ମିଶା ବିରିରେ ବରା ତିଆରି କରି ପକାନ୍ତୁ। ବରା ସାମାନ୍ୟ ବଦାମୀ ରଙ୍ଗ ହେଇଗଲେ ତାକୁ କଡେଇରୁ ବାହାର କରି ଦିଅନ୍ତୁ।
ଛଣା ବରାକୁ ଦହିରେ ପକାଇ ଅଧ ଘଣ୍ଟା ଛାଡି ଦିଅନ୍ତୁ। ସେଥିରେ ମିଠା ଚଟଣି ଓ ପୁଦିନା ଚଟଣି ଦେଇ ଖାଆନ୍ତୁ।