ଘରେ ପ୍ରସ୍ତୁତ କରନ୍ତୁ ‘ମିକ୍ସ୍ ଫ୍ରୁଟ୍ ସାଲାଡ୍’

(ରିପୋର୍ଟସଟୁଡେ)ଭୁବନେଶ୍ୱର: ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବା ‘ମିକ୍ସ୍ ଫ୍ରୁଟ୍ ସାଲାଡ୍’।
ଆବଶ୍ୟକୀୟ ସାମଗ୍ରୀ :କଦଳୀ, ସେଓ, ଅଙ୍ଗୁର୍, ଡାଳିମ୍ବ, ଅମୃତଭଣ୍ଡା, ମହୁ, ପୁଦିନା, ଲେମ୍ବୁ ରସ, ଲୁଣ ଏବଂ କଳା ଲୁଣ। ଏଠାରେ ଆପଣ ଆବଶ୍ୟକ ଏବଂ ପସନ୍ଦ ଅନୁସାରେ ଫଳ ନେଇ ପାରିବେ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଫଳ ଗୁଡ଼ିକୁ ଆପଣଙ୍କ ପସନ୍ଦ ଅନୁସାରେ କାଟି ଦିଅନ୍ତୁ। ଏହା ପରେ ଏକ ପାତ୍ରରେ କଟା ଫଳ, ମହୁ, କଟା ପୁଦିନା, ଲେମ୍ବୁ ରସ ଏବଂ କଳା ଲୁଣ ପକାଇ ଭଲରେ ଗୋଳାଇ ଦିଅନ୍ତୁ। ୧୦ରୁ ୧୫ ମିନିଟ୍ ପର୍ୟ୍ୟନ୍ତ ଏହାକୁ ଫ୍ରିଜ୍ରେ ରଖି ଦିଅନ୍ତୁ। ଏହା ପରେ ଆପଣ ଫ୍ରିଜ୍ରୁ ଆଣି ଖାଆନ୍ତୁ ଏବଂ ଅନ୍ୟମାନଙ୍କୁ ଖୁଆନ୍ତୁ।