( ଭୁବନେଶ୍ୱର /ରିପୋର୍ଟଟସଟୁଡେ) : ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବା ବନ୍ଧାକୋବି ବରା ।
ଆବଶ୍ୟକୀୟ ସାମଗ୍ରୀ : ବିରି-୨୫୦ଗ୍ରାମ , ବନ୍ଧାକୋବି-୨୫୦ଗ୍ରାମ , କଞ୍ଚାଲଙ୍କା -୨ଟା , କଳାଜିରା-୨ ଚାମଚ , ତେଲ , ସ୍ୱାଦ ଅନୁସାରେ –ଲୁଣ ।
ପ୍ରସ୍ତୁତ ପ୍ରଣାଳୀ: ବିରିକୁ ପାଣିରେ ବତୁରାଇ ଦିଅନ୍ତୁ । ବିରି ବତୁରିଲା ସାରିଲାବେଳେ ଭଲ ଭାବେ ଧୋଇ ଦିଅନ୍ତୁ । ଚିକ୍କଣ କରି ବାଟି ଦିଅନ୍ତୁ । ବନ୍ଧାକୋବିକୁ ଧୋଇ ଚୁନାଚୁନା କରି କାଟି ଗୋଟିଏ ବଡ ପାତ୍ରରେ ରଖି ଦିଅନ୍ତୁ । ଏବେ ସେଇ ପାତ୍ରରେ ବିରିବଟା ସହିତ ବନ୍ଧାକୋବି , ପିଆଜ ଓ କଞ୍ଚାଲଙ୍କାକୁ ମିଶାଇ ଭଲ ଭାବରେ ଗୋଳାଇଦିଅ । ସେଥିରେ ସ୍ୱାଦ ଅନୁସାରେ ଲୁଣ ଓ କଳାଜିରା ମିଶାଇ ଦିଅ । ଗ୍ୟାସ ଲଗେଇ ତେଲ କଡାଇରେ ଗରମ କରନ୍ତୁ ଓ ଏହି ବିରିଗୋଳକୁ ଗୋଲ ଗୋଲ କରି ବରା ଆକାରରେ ଛାଣି ଦିଅନ୍ତୁ ।