(ରିପୋଟରର୍ସ ଟୁଡ଼େ): ନନଭେଜ ନା ଶୁଣିଲେ ସମସ୍ତଙ୍କ ମନରେ ଏକ ପ୍ରକାର ଆଗ୍ରହ ଆସିଯାଏ । ଚିକେନ ଖାଇବାକୁ ଅଧିକରୁ ଅଧିକଲୋକ ରୁଚି ରଖିଥାନ୍ତି । ତେବେ ଆଜି ଆମେ ଶିଖାଇବୁ ତାୱା ସ୍ମୋକ୍ ଚିକେନ୍ ।
ଆବଶ୍ୟକୀୟ ସାମଗ୍ରୀ: ଚିକେନ୍ -୫୦୦ଗ୍ରାମ,ଦହି-୪ଚାମଚ,ଗରମ ମସଲା-୨ଚାମଚ,ହଳଦୀ ଗୁଣ୍ଡ-୧ଚାମଚ,ଲୁଣ-ସ୍ୱାଦନୁଶାରେ,ଅଦାରସୁଣ ପେଷ୍ଟ-୩ଚାମଚ,ରିଫାଇନ ତେଲ- ଅଳ୍ପ,କୋଇଲା ପୋଡ଼ିବା ପାଇଁ
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକେନ୍ ଧୋଇ ତାକୁ ଏକ ପାତ୍ରରେ ରଖନ୍ତୁ। ଭଲଭାବେ ମ୍ୟାରିନେଟ୍ ହେବା ପାଇଁ ଚିକେନ୍କୁ ଛୁରୀରେ ଅଳ୍ପ କାଟିଦିଅନ୍ତୁ। ମ୍ୟାରିନେଟ୍ କରିବାକୁ ଚିକେନ୍ରେ ଲୁଣ, ହଳଦୀ, ଲଙ୍କା ଗୁଣ୍ଡ, ଅଦା ଓ ରସୁଣ ପେଷ୍ଟ୍, ଗରମ ମସଲିଆ, ଦହି ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ତା’ପରେ ତାକୁ ୨୦ ରୁ୧୫ ମିନିଟ୍ ପର୍ୟ୍ୟନ୍ତ ରଖିଦିଅନ୍ତୁ।
ଏହା ପରେ ଚୁଲିରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଚିକେନ୍ ତେଲରେ ଗୋଟିଏ ଗୋଟିଏ ପିସ୍ କରି ପକାଇ ଭଲଭାବେ ଭାଜନ୍ତୁ। ଚିକେନ୍ ଭାଜି ହୋଇଯିବା ପରେ ଏକ ପାତ୍ରରେ ରଖନ୍ତୁ। ଏହାପରେ କୋଇଲାକୁ ଗରମ କରି ତାକୁ ଏକ ଷ୍ଟିଲ୍ ଗିନାରେ ରଖ୍ ସେହି ଚିକେନ୍ ଭିତରେ ରଖି ତା’ଉପରେ ଏକ ଘୋଡ଼ଣୀ ଘୋଡ଼େଇ ଦିଅନ୍ତୁ। କୋଇଲାରେ ଧୂଆଁ ହେବାକୁ ସେଥିରେ ଟିକେ ତେଲ ପକାଇ ଦିଅନ୍ତୁ। କିଛି ସମୟ ପରେ ଚିକେନ୍କୁ କାଢ଼ିଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ତାୱା ସ୍ମୋକ୍ ଚିକେନ୍। ସେହି ଚିକେନ୍କୁ ପୁଦିନା ଚଟଣୀ ସହ ନେଇ ନିଜେ ଖାଆନ୍ତୁ ଅନ୍ୟକୁ ଖୁଆନ୍ତୁ।