(ରିପୋର୍ଟସଟୁଡେ): ଢୋକଲା ଖାଇବାକୁ ସାଧାରଣତଃ ସମସ୍ତେ ପସନ୍ଦ କରନ୍ତି। ତେବେ ଆଜି ଯାଏଁ ଆପଣ ବେସନ ତିଆରି ଢୋକଲା ଖାଇଥିବେ ବା ତିଆରି କରିଥିବେ। ଆଜି ଆମେ ଆପଣଙ୍କୁ କହିବୁ ଚାଉଳରେ କିପରି ତିଆରି କରିବେ ଢୋକଲା।
ଆବଶ୍ୟକୀୟ ସାମଗ୍ରୀ– ଚାଉଳ ଚୁନା ବା ଚାଉଳ ଅଟା ୨୫୦ ଗ୍ରାମ, ସୁଜି ୩୦ ଗ୍ରାମ, ଦହି ଅଧା କପ, ଚିନି, ସୋରିଷ ଅଧା ଚାମଚ, ତେଲ, ଶୁଖିଲା ଲଙ୍କା ୨ଟା, ହେଙ୍ଗୁ, ଲେମ୍ବୁରସ, ଲୁଣ, ପାଣି, କୋରା ନଡ଼ିଆ, ଧଣିଆପତ୍ର
ପ୍ରସ୍ତୁତି ପ୍ରଣାଳୀ-
-ପ୍ରଥମେ ଏକ ପାତ୍ରରେ ଚାଉଲ ଚୁନା, ସୁଜି, ଦହି, ଚିନି ଏବଂ ଏତ ଚାମଚ ତେଲ ପକାଇ ଭଲଭାବରେ ଗୋଳାନ୍ତୁ। ଏଥିରେ ଆବଶ୍ୟକ ଅନୁସାରେ ପାଣି ମିଶାଇ ବ୍ୟାଟର ପ୍ରସ୍ତୁ କରନ୍ତୁ।
-ଏହି ବ୍ୟାଟରରେ ଲେମ୍ବୁରସ ଏବଂ ଅଳ୍ପ ହେଙ୍ଗୁ ମିଶାଇ ଏହାକୁ ରାତିସାରା ରଖିଦିଅନ୍ତୁ।
-ପ୍ରସ୍ତୁତ କରିବା ସମୟରେ ଏକ ଷ୍ଟିମରରେ ପାଣି ପୁଟନ୍ତୁ। ଏକ ପାତ୍ରରେ ଏହି ବ୍ୟାଟର ରଖି ଏହାକୁ ଷ୍ଟିମରରେ ରଖି ଘୋଡ଼ାଇଦିଅନ୍ତୁ। ୨୦ ମିନିଟ୍ ପରେ ଏହାକୁ କାଢ଼ି କାଟି ଦିଅନ୍ତୁ।
-ଏବେ ଆଉ ଏକ ପ୍ୟାନରେ ତେଲ ଗରମ କରି ସୋରିଷ, ଶୁଖିଲା ଲଙ୍କା ପକାଇ ଛୁଙ୍କ ପ୍ରସ୍ତୁତ କରନ୍ତୁ। ଏହାର ରଙ୍ଗରେ ପରିବର୍ତ୍ତନ ଆସିଲେ ଏଥିରେ ଦୁଇ ଚାମଚ ପାଣି ମିଶାଇ ଅଳ୍ପ ସମୟ ଫୁଟାନ୍ତୁ।
-ଏହି ପ୍ରସ୍ତୁତ ଛୁଙ୍କକୁ କଟା ହୋଇଥିବା ଢୋକଲା ଉପରେ ଢ଼ାଳି ଦିଅନ୍ତୁ। ଏହା ଉପରେ କୋରା ନଡ଼ିଆ, ଧଣିଆ ପତ୍ର ପକାଇ ସର୍ଭ କରନ୍ତୁ ଚାଉଳ ଢ଼ୋକଲା।