ଘରେ ପ୍ରସ୍ତୁତ କରନ୍ତୁ ଟେଷ୍ଟି ଚେନା ମୁଡକି

(ମମତା ସାମଲ)ରିପୋର୍ଟସଟୁଡେ: ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବା ଟେଷ୍ଟି ଚେନା ମୁଡକି ।
ଆବଶ୍ୟକୀୟ ସାମଗ୍ରୀ: ୨୫୦ ଗ୍ରାମ ପନୀର
ଏକ କପ ଚିନି
୧ ବଡ ଚାମଚ ଅଳେଇଚ ପାଉଡର
ଏକ ଛୋଟ ଚାମଚ ଗୋଲାପ ଜଳ
ପ୍ରସ୍ତୁତ ପ୍ରଣାଳୀ: ଛେନା ମୁଡକି ବନାଇବା ପାଇଁ ସର୍ବପ୍ରଥମେ ପନୀରକୁ ଛୋଟ ଛୋଟ ଖଣ୍ଡରେ କାଟି ଅଳଗା ରଖି ଦିଅନ୍ତୁ । ଏବେ ମିଡିୟମ ଆଞ୍ଚରେ ଏକ ପ୍ୟାନରେ ଚିନି ଏବଂ ପାଣି ମିଶାଇ ସିରା ପ୍ରସ୍ତୁତ କରନ୍ତୁ । ସିରାକୁ ସେତେ ପର୍ଯ୍ୟନ୍ତ ଫୁଟାଇ ଚାଲନ୍ତୁ ଯେ ପର୍ଯ୍ୟନ୍ତ ଏହା ସମ୍ପୂର୍ଣ୍ଣ ଭାବରେ ନହୋଇଛି । ସିରାକୁ ଆଙ୍ଗୁଳିରେ ଚେକ କରନ୍ତୁ ଯେପର୍ଯ୍ରନ୍ତ ଏହା ଚିପଚିପା ନହୋଇଛି । ସିରା ଭଲ ଭାବେ ହୋଇଗଲା ପରେ କାଟି ରଖିଥିବା ପନୀରକୁ ପ୍ୟାନରେ ପକାଇ ଦିଅନ୍ତୁ । ଏଥିରେ ଅଳେଇଚ ପାଉଡର ମିଶାନ୍ତୁ ଏବଂ ଧୀମା ବସାନ୍ତୁ । ଏହାକୁ ଚାମଚରେ ଗୋଳାଇ ଚାଲନ୍ତୁ ଯେତେ ପର୍ଯ୍ୟନ୍ତ ସିରା ଗାଢ ନହୋଇଛି । ସିରା ଗାଢ ବା ମୋଟାଳିଆ ହୋଇଗଲେ ଗ୍ୟାସ ବନ୍ଦ କରି ଦେଇ ସେଥିରେ ଗୋଲାପ ଜଳ ମିଶାଇ ଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ଟେଷ୍ଟି ଛେନା ମୁଡକି ।