ଘରେ ପ୍ରସ୍ତୁତ କରନ୍ତୁ ଟମାଟୋ ଅଣ୍ଡା ସୁପ

(ରିପୋର୍ଟସଟୁଡେ): ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବା ଟମାଟୋ ଅଣ୍ଡା ସପ ।
ଆବଶ୍ୟକୀୟ ଉପକରଣ:
୨ଟି ବଡ଼ ଟମାଟୋ
୧ ଚାମଚ ତେଲ
ଛୋଟ କଟା ରସୁଣ
ଅଳ୍ପ କଟା ପିଆଜ ପତ୍ର
୨ଟି ଅଣ୍ଡା
୨ ବଡ଼ ଚାମଚ କର୍ଣ୍ଣଫ୍ଲୋର
୨ ଚାମଚ ସୋୟା ସସ୍‌
ଅଧ ଚାମଚ ଗୋଲମରିଚ ଗୁଣ୍ଡ
୨ଟି ପତଳା କଟା ହୋଇଥିବା ପିଆଜ
ସ୍ୱାଦ ଅନୁସାରେ ଲୁଣ
ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ଟମାଟୋକୁ ଛୋଟ ଛୋଟ ଖଣ୍ଡରେ କାଟି ସେଥିରେ ଅଳ୍ପ ଲୁଣ ମିଶାଇ କିଛି ସମୟ ଅଲଗା ରଖନ୍ତୁ। ଏବେ ଏକ କଡ଼େଇ ଗରମ କରି ସେଥିରେ ତେଲ ପକାନ୍ତୁ। ତେଲ ଗରମ ହୋଇ ଆସିଲେ ସେଥିରେ ଲୁଣ ଗୋଳା ଟମାଟୋ ଓ ପିଆଜ ପତ୍ରକୁ ଛୋଟ ଛୋଟ ଖଣ୍ଡରେ କାଟି ଭାଜନ୍ତୁ। ଏହା ଟିକେ ଭାଜି ହୋଇଥିଲେ ସେଥିରେ ରସୁଣକୁ ଗ୍ରେଟ୍‌ କରି ପକାନ୍ତୁ। ଏହା ଭଲ ଭାବେ ଭାଜି ହୋଇଗଲେ ସେଥିରେ ୨ କପ୍‌ ପାଣି ଦେଇ ଫୁଟାନ୍ତୁ। ପାଣି ଫୁଟିଆସିଲେ ସେଥିରେ ସୋୟା ସସ୍‌ ଓ କର୍ଣ୍ଣଫ୍ଲୋରରେ ପାଣି ଗୋଳାଇ ମିଶାନ୍ତୁ। ଟିକେ ଫୁଟି ଆସିଲେ ସେଥିରେ ୨ଟି ଅଣ୍ଡାକୁ ଗୋଳାଇ ପକାନ୍ତୁ। ଏବେ ଏଥିରେ କିଛି କଟା ପିଆଜ ଓ ଗୋଲମରିଚ ଗୁଣ୍ଡ ମିଶାଇ ଭଲ ଭାବେ ଫୁଟାନ୍ତୁ ଯେମିତି ଅଣ୍ଡା ସିଝିଯିବ। ଏବେ ଗରମ ଥିବା ଅବସ୍ଥାରେ ହିଁ ସର୍ଭ କରନ୍ତୁ ଟମାଟୋ ଅଣ୍ଡା ସୁପ୍‌।