(ମମତା ସାମଲ)ରିପୋର୍ଟସଟୁଡେ: ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବା ଚିକେନ ବଲ ।
ଆବଶ୍ୟକ ସାମଗ୍ରୀ: ଚିକେନ କିମା,କଟା ପିଆଜ, କଟା ଧନିଆ ପତ୍ର, କର୍ଣ୍ଣଫ୍ଲୋର,କଟା ରସୁଣ,କଟା କଞ୍ଚା ଲଙ୍କା, ଲେମ୍ବୁରସ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ଓ ସ୍ୱାଦ ଅନୁସାରେ ଲୁଣ ଓ ରିଫାଇନ ତେଲ ।
ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ଦେଶୀ ଚିକେନ କିମାକୁ ଭଲ ଭାବେ ଧୋଇ ରଖନ୍ତୁ । ଏହା ପରେ ସେଥିରେ ଅଳ୍ପ ତେଲ, କଟା ପିଆଜ, କଟା ଧନିଆ ପତ୍ର, କର୍ଣ୍ଣଫ୍ଲୋର, କଟା ରସୁଣ, କଟା କଞ୍ଚା ଲଙ୍କା,ଲେମ୍ବୁ ରସ, ହଳଦୀ ଗୁଣ୍ଡ ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲ ଭାବେ ଗୋଳାନ୍ତୁ ।
ଚିକେନ କିମାରେ ସବୁ ମସଲା ମିଶିବା ପରେ ଏହାକୁ ଛୋଟ ଛୋଟ ଗୋଲ କରି ଗଢି ରଖନ୍ତୁ । କରେଇରେ ତେଲ ଗରମ କରି ଗଢିଥିବା ବଲକୁ ଭଲ ଭାବେ ଛାଣି ଦିଅନ୍ତୁ । ଏଥର ପ୍ରସ୍ତୁତ ହୋଇଗଲା ଚିକେନ ବଲ ।