ଘରେ ପ୍ରସ୍ତୁତ କରନ୍ତୁ ଇମରତି

(ରିପୋର୍ଟସଟୁଡେ): ପର୍ବପର୍ବାଣୀର ଦିନ ଆରମ୍ଭ ହୋଇଯାଇଛି । କୌଣସି ପର୍ବପର୍ବାଣୀରେ ମିଠା ବିନା ଫିକା ଫିକା ଲାଗିଥାଏ ।ତେବେ ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବା ଇମରତି ।
ଆବଶ୍ୟକୀୟ : କପ ବିରି ଡାଲି (ରାତି ସାରା ଭଜା ହୋଇରହିଥିବା),୩ କପ ଚିନି, ଦେଢ କପ ପାଣି, ସାଫ୍ରନ ରଙ୍ଗ, ୧/୨ଚାମୁଚ ଗୁଜୁରାତି ଗୁଣ୍ଡ , ୫୦୦ଗ୍ରାମ ଘିଅ ।
ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ଭିଜା ହୋଇ ରଖାଯାଇଥିବା ଡାଲିକୁ ଧୋଇ ତାକୁ ଗ୍ରାଇଣ୍ଡ କରନ୍ତୁ ଓ ତା ଭିତରେ ରଙ୍ଗ ଗୋଳାନ୍ତୁ । ବର୍ତ୍ତମାନ ଡାଲିକୁ ଭଳ ଭାବରେ ଫେଣ୍ଟି ଦିଅନ୍ତୁ ଏବଂ ସାମାନ୍ୟ କିଛି ଡ୍ରପ ପାଣି ପକାଇ ଏହାକୁ କିଛି ସମୟ ପାଇଁ ଅଲଗା କରି ରଖନ୍ତୁ । ଅନ୍ୟ ଏକ ପାତ୍ରରେ ପାଣି ଓ ଚିନି ପକାଇ ଲୋ ଫ୍ଲେମରେ ଗ୍ୟାସରେ ବସାଇ ଦିଅନ୍ତୁ । ମୋଟା ସିରାରେ ପରିଣତ ହେବା ଯାଏଁ ବସିଥିବା ଅବସ୍ଥାରେ ଏହାକୁ ବାରମ୍ବାର ଘୋଳନ୍ତୁ ।
ଏହାପରେ ଗୋଳାଇ ରଖିଥିବା ବେଟରକୁ ଏକ ନୋଜାଲ ପାଇପ ଏକ କପଡାରେ କଣା କରି ସେଥିରେ ପୂରାନ୍ତୁ । ଏକ କଢେଇରେ ଘିଅ ଗରମ କରି ଲୋ ଫ୍ଲେମରେ ଏହି ବେଟରକୁ ଡିଜାଇନ କରି ପକାନ୍ତୁ । ଇମରତି ବ୍ରାଉନ କଲର ଓ କ୍ରିସପି ହୋଇଗଲା ପରେ ଏହାକୁ କାଢି ତିଆରି କରିଥିବା ସିରାରେ ପକାଇ ରଖନ୍ତୁ । ୩ରୁ୪ ମିନିଟ ସିରାରେ ପକାଇ ରଖିଲା ପରେ ଏହାକୁ ଛାଣି ଗରମ ଗରମ ସର୍ଭ କରନ୍ତୁ ।