(ରିପୋଟରର୍ସ ଟୁଡ଼େ): ଖରାଦିନେ ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ ଆପଣ ବିଭିନ୍ନ ପ୍ରକାରର ଉପାୟ ଆପଣାଉଛନ୍ତି । ଥଣ୍ଡା ପାନିୟ ଠାରୁ ଆରମ୍ଭ କରି ନିଜର ଖାଇବା ଉପରେ ବିଷେଶଗୁରୁତ୍ୱ ଦେଉଥିବେ ନିହାତି । ଖରାଦିନେ ଫଳ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ। ଏହାକୁ ପ୍ରତିଦିନ ଖାଇଲେ ଶରୀରକୁ ବହୁତ ଭିଟାମିନ୍ ଓ ମିନେରାଲ୍ସ ମିଳିଥାଏ। ତେଣୁ ଖରାଦିନେ ସାଲାଡ୍ ଅଧିକ ମାତ୍ରାରେ ଖାଇବାକୁ ଲୋକେ ପସନ୍ଦ କରିଥାନ୍ତି। ତେବେ ଆସନ୍ତୁ ଜାଣିବା ଘରେ ଅତି ସହଜରେ କିପରି ପ୍ରସ୍ତୁତ କରିବେ ମିକ୍ସ୍ ଫ୍ରୁଟ୍ ସାଲାଡ୍।
ଆବଶ୍ୟକୀୟ ସାମଗ୍ରୀ: କଦଳୀ,-୧ଟି ,ସେଓ-୧ଟି, ଅଙ୍ଗୁର୍-୧ଟିପେନ୍ଥର, ଡାଳିମ୍ବ -୧ଟି. ଅମୃତଭଣ୍ଡା-ଫାଳେ ,ମହୁ-୨ଚାମଚ ପୁଦିନା ପତ୍ର ଅଳ୍ପ,ଲେମ୍ବୁ ରସ-୫ଚାମଚ, ଲୁଣ-ସ୍ୱାଦନୂଶାରେ ଏବଂ କଳା ଲୁଣ-୧ଚାମଚ।
ପ୍ରସ୍ତୂତି ପ୍ରଣାଳି: ପ୍ରଥମେ ଫଳ ଗୁଡ଼ିକୁ ଆପଣଙ୍କ ପସନ୍ଦ ଅନୁସାରେ କାଟି ଦିଅନ୍ତୁ। ଏହା ପରେ ଏକ ପାତ୍ରରେ କଟା ଫଳ, ମହୁ, କଟା ପୁଦିନା, ଲେମ୍ବୁ ରସ ଏବଂ କଳା ଲୁଣ ପକାଇ ଭଲରେ ଗୋଳାଇ ଦିଅନ୍ତୁ। ୧୦ରୁ ୧୫ ମିନିଟ୍ ପର୍ୟ୍ୟନ୍ତ ଏହାକୁ ଫ୍ରିଜ୍ରେ ରଖି ଦିଅନ୍ତୁ। ଏହା ପରେ ଆପଣ ଫ୍ରିଜ୍ରୁ ଆଣି ଖାଆନ୍ତୁ ଏବଂ ଅନ୍ୟମାନଙ୍କୁ ଖୁଆନ୍ତୁ।