ଘରେ କଳାକନା ବୁଲାଇଲେ ଚୋର

(ରଜନୀ କାନ୍ତ ପାତ୍ର / ହିଞ୍ଜିଳି) : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ନରସିଂହଗଡ ଗାଁ ମୁଣ୍ଡରେ ଥିବା ୩ଟି ଘରୁ ଚୋରି ଅଭିଯୋଗ । ଘରେ କେହି ନଥିବା ସୁଯୋଗ ନେଇ ସୋମବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଘର କବାଟ ଭାଙ୍ଗି ଟଙ୍କା, ସୁନା, ରୂପା ଚୋରି କରି ନେଇଯାଇଥିବା ଜଣାପଡିଛି । ସୂଚନା ଣୁଯାୟୀ ଗଙ୍ଗାପୁର ପଞ୍ଚାୟତ ନରସିଂହଗଡ଼ ଗ୍ରାମର ମଦନ ପ୍ରଧାନ, ସନ୍ତୋଷ ନାୟକ, ଦ୍ବିତୀ ପ୍ରଧାନଙ୍କ ଘରେ କେହି ନଥିବାର ସୁଯୋଗ ନେଇ କଳାକନା ବୁଲାଇଲେ ଦୁର୍ବୃତ୍ତ । କାହା ଘର ବାରିପଟେ ପଶି ତ ଆଉ କାହା ଉପର ଘର ଭିତରେ ପଶି ତାଲା ଭାଙ୍ଗି ଆଲମିରାରେ ଥିବା ସୁନା-ରୂପା ଅଳଙ୍କାର, ଟଙ୍କା ପଇସା ଚୋରି କରି ନେଇଛନ୍ତି । ପାଟପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ସାହି ପଡିଶା ଲୋକଙ୍କୁ ପଚରା ଉଚରା କରୁଛି ।