ଗ୍ୟାସ ପାଇପ ଫାଟି ଦୁଇ ଶ୍ରମିକ ମୃତ୍ୟୁ ଘଟଣା : ସ୍ଥାୟୀ ନିଯୁକ୍ତି ଦାବି କଲେ ଶ୍ରମିକ ସଂଗଠନ

ଅ।ସିକା : ଗ୍ୟାସ ପାଇପ ଫାଟି ଦୁଇ ଶ୍ରମିକ ମୃତ୍ୟୁ ଘଟଣା, ୨୦ ଲକ୍ଷ ଟଙ୍କା ସହ ପରିବାର ଜଣଙ୍କୁ ସ୍ଥାୟୀ ନିଯୁକ୍ତି ଦାବି କଲେ ଶ୍ରମିକ ସଂଗଠନ । ସୂଚନା ଅନୁସାରେ, ଗଂଜାମ ଜିଲ୍ଲା ଅ।ସିକା ଚିନିଶିଳ୍ପରେ ଚଳିତ ମାସ ୧୬ ତାରିଖ ଦିନ କାର୍ୟ୍ୟ କରୁଥିବା ସମୟରେ ଗ୍ୟାସ ପାଇପ ଫାଟି ଦୁଇଜଣ ଠିକା ଶ୍ରମିକ ଗୁରୁତର ଭାବେ ଅ।ହତ ହୋଇଥିଲେ । ଦୁଇ ଗୁରୁତରଙ୍କୁ ବ୍ରହ୍ମପୁର ଓ ପରେ କଟକ ମେ଼ଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ହେଲେ ଉପଯୁକ୍ତ ଚିକିତ୍ସା ନ ମିଳିବାରୁ ପରିବାରବର୍ଗ ଭୁବନେଶ୍ଵରର ଏକ ଘରୋଇ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ହେଲେ ଅ।ଜି ଦୁଇ ଜଣ ଗୁରୁତରଙ୍କ ମଧ୍ୟରୁ ବିଘ୍ନେଶ୍ଵର ବେହେରା ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା । ଏହା ପରେ ଶ୍ରମିକ ଅଶାନ୍ତି ବଢିଥିବା ବେଳେ ମୃତ ଦେହକୁ ଚିନିଶିଳ୍ପ ପରିସରରେ ରଖି ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି ଶ୍ରମିକ । ଏଥିସହ ମୃତକଙ୍କ ପରିବାରର ଜଣେ ସଦସ୍ୟଙ୍କୁ ନିଯୁକ୍ତି ଦାବି କରିଛି ଶ୍ରମିକ ସଂଗଠନ ।