(କଳାହାଣ୍ଡୀ) : ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଅଧକ୍ଷା ମମିତା ମେହେର ହତ୍ୟା ଘଟଣା ସାରା ରାଜ୍ୟକୁ ଦୋହଲାଇ ଦେଇଛି । ଏହି ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ପୁଲିସ ଗିରଫ କରିସାରିଛି ଏବଂ ତାର ସହେଯାଗୀ ରାଧେକୁ ମଧ୍ୟ ଗିରଫ କରିଛି । ଅଭିଯୁକ୍ତ ଗୋବିନ୍ଦ ସାହୁ ଶୁକ୍ରବାର ଦେଖାଇଛି ଡେମୋ । ଭୋର ୪ଟା ୧୫ମିନିଟରେ ମହାଲିଙ୍ଗ ଖେଳ ପଡିଆରେ ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ଓ ବଲାଙ୍ଗୀର ଆରକ୍ଷୀ ଅଧୀକ୍ଷକ କୁସଲକର ନୀତିନ ଡାଗଡୁଙ୍କ ଉପସ୍ଥିତିରେ କ୍ରାଇମ ସିନ ରିକ୍ରେଏସନ କରାଯାଇଛି । ଅନ୍ୟପଟେ ଗୋବିନ୍ଦ ସାହୁର ସହେଯାଗୀ ରାଧେ ଘରୁ ମିଳିଛି କିଛି ଗୁରିତ୍ୱପୁର୍ଣ୍ଣ ତଥ୍ୟ । ମମିତା ମେହେର ହତ୍ୟା ମାମଲାରେ ଗିରଫ ଡ୍ରାଇଭର ରାଧେ ଚଣ୍ଡିଙ୍କ ସ୍ତ୍ରୀ ଆଶା ଚଣ୍ଡି ଘରୁ ଏକ ବ୍ୟାଗ ପାଇ କେଗାଁ ପୋଲିସକୁ ଦେଇଥିବା ପ୍ରକାଶ କରିଛନ୍ତି। ଏବଂ ସେହି ବ୍ୟାଗ ରେ ୩ ହଳ ମହିଳା ଡ୍ରେସ ଓ ଏକ ମୋବାଇଲ ଫୋନ, ଏକ ଚାର୍ଜର ଥିବା ଦେଖିବାକୁ ପାଇଥିଲେ । ତେବେ ମିଳିଥିବା ଫୋନଟି ମମିତାଙ୍କର ହୋଇଥିବା ନେଇ ସନ୍ଦେହ କରାଯାଉଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ତାର ସହେଯାଗୀ ରାଧେକୁ ଧରି ପୁଲିସ ଆହୁରି ଛାନଭିନ କରୁଛି ।