(ସୁନ୍ଦରଗଡ) : ସାମଜରେ ଆଜି ବି ବଞ୍ଚିରହିଛି ଅନ୍ଧବିଶ୍ୱାସ । ଆଉ ଏହି ଅନ୍ଧବିଶ୍ୱାସ ଜୀବନ ମଧୟ ନେଉଛି । ସେମିତି ଏକ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲାର ରାଇବଗା ଥାନା ଅନ୍ତର୍ଗତ କାଦୋବାହାଲ ଭଡରାଟୋଲି ଗାଁରେ । ସୂଚନା ଅନୁଯାୟୀ ଜଣେ ୧୮ ବର୍ଷର ଝିଅ ବହୁ ସମୟ ଧରି ଅସୁସ୍ଥ ରହୁଥିଲା ଯେତେ ଚିକିସ୍ଚା କଲେ ବି କୌଣସି ସୁଫଳ ମିଳିନଥିଲା । ଏହାକୁ ନେଇ ଅସୁସ୍ତ ଝିଅର ବାପା ପୁରନ ପଡୱାରକୁ ମନକୁ ସନ୍ଦେହ ହେଲା ଯେ ପଡ଼ୋଶୀ ଦମ୍ପତି ଗୁଣି କରି ଝିଅକୁ ମାରିଦେବାକୁ ଯୋଜନା କରିଛନ୍ତି। ଆଉ ଏହି ସନ୍ଦେହ ଘଟାଇଲା ଏକ ବର୍ବର କାଣ୍ଡ । ମୃତ ଦମ୍ପତି ହେଲେ ଲୟା ପଡଓ୍ଵାର ଓ ଲୁଡି ପଡଓ୍ଵାର । ତେବେ ଅଭିଯୁକ୍ତ ୨୦ ତାରିଖ ରାତିରେ ଦମ୍ପତିଙ୍କ ଗଳା କାଟି ହତ୍ୟାକରିତନା ନେଇ ସୁନ୍ଦରଗଡ଼ ଏସପି ସାଗରିକା ନାଥ ସୂଚନା ଦେଇଛନ୍ତି । ଏ ନେଇ ମୃତକଙ୍କ ପୁଅ କଷ୍ଟ ପଡୱାର ରାଏବଗା ଥାନାରେ ଲିଖିତ ଏତଲାକ୍ରମେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ବୀରମିତ୍ରପୁର ଏସଡିପିଓଙ୍କ ନେତୃତ୍ଵରେ ଏକ ଟିମ୍ ଅଭିଯୁକ୍ତକୁ ଗିରଫ କରିଥିବା ଏସପି ସାଗରିକା କହିଛନ୍ତି।