ଗିରଫ ହେଲେ କୋଟିପତି ପ୍ରତାପ ସାମଲ

(ଭୁବନେଶ୍ୱର) : ପୁଲିସର ହାତକଡି ପଡିଲା ପ୍ରତାପ ସାମଲଙ୍କ ହାତରେ । ଙଚଐଡଉ ଡେପୁଟି ମ୍ୟାନଜେର ଘରେ ଆଜି ଚଢାଉ କରିଥିବା ବେଳେ ପ୍ରତାପ ସାମଲକୁ ଗିରଫ କରିଛି ପୁଲିସ ।
ସୂଚନା ଅନୁଯାୟୀ ଙଚଐଡଉ ଡେପୁଟି ମ୍ୟାନେଜରଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ପକ୍ଷରୁ ରେଡ଼୍ କରାଯାଇଥିଲା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ୧୦ ରୁ ଅଧିକ ସ୍ଥାନରେ ଚଢାଉ ଜାରି କରିଥିଲା । ଜଣେ ଅତିରିକ୍ତ ଏସ୍ପିଙ୍କ ସହ ୫ଜଣ ଡିଏସ୍ପି, ୭ ଜଣ ଆଇଆଇସି ଏହି ରେଡ଼୍ରେ ସାମିଲ ହୋଇଥିଲେ । ତେବେ ଏହି ଚଢାଉରୁ ପ୍ରତାପ ୧୫ କୋଟିରୁ ଉର୍ଦ୍ଧ୍ୱ ସମ୍ପତ୍ତିର ଅଧିକାରୀ ହୋଇଥିବା ଭିଜିଲାନ୍ସ କହିଛି । ଯାହାକି ଭିଜିଲାନ୍ସକୁ ମଧ୍ୟ ଆଶ୍ଚର୍ୟ୍ୟ କରିଦେଇଛି ।