(ବ୍ୟୁରୋ) : ଛଟ ପୂଜାରେ ଅଘଟଣ । ଗାଧୋଇବାକୁ ଯାଇ ନଦୀରେ ବୁଡିଗଲେ ୪ ଶିଶୁ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗିରିଡିହର ମଙ୍ଗରୋଡିହରେ ।
ସୂଚନାରୁ ପ୍ରକାଶ ଯେ ମଙ୍ଗରୋଡିହ ଗ୍ରାମରେ ଛଟ୍ ପୂଜା ପାଇଁ ମହିଳା ନଦୀକୁ ଗାଧୋଇବାକୁ ଯାଇଥିଲେ । ସେମାନଙ୍କ ସହିତ ଏହି ଶିଶୁମାନେ ମଧ୍ୟ ଯାଇଥିଲେ । ମହିଳାମାନେ ଗାଧୁଆ ସାରି ଘରୁ ଫେରିଥିଲେ । ଯେତେବେଳେ ସେମାନେ ଶିଶୁଙ୍କୁ ଖୋଜିଲେ ସେତେବେଳକୁ ଶିଶୁମାନେ ନଦୀ କୂଳରେ ନଥିଲେ ।ଏହାପରେ ଗ୍ରାମର କିଛି ଲୋକ ନଦୀ ଭିତରେ ପଶି ଶିଶୁଙ୍କୁ ଖୋଜିବା ଆରମ୍ଭ କରିବା ବେଳେ ନଦୀ ଭିତରୁ ଜଣ ଜଣକରି ୪ ଶିଶୁଙ୍କ ମୃତଦେହ ମିଳିଥିଲା । ସେମାନଙ୍କୁ ସଙ୍ଗେସଙ୍ଗେ ଡାକ୍ତରଖାନା ନିଆଯାଇଥିଲା କିନ୍ତୁ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ ।ମୃତ ଶିଶୁମାନଙ୍କ ମଧ୍ୟରେ ୩ ଜଣ ଝିଅ ଥିବା ବେଳେ ଜଣେ ପୁଅ ରହିଛି । ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ପୋଲିସ ।