ଗଞ୍ଜାମରେ ଦଣ୍ଡ ନାଚକୁ ଅନୁମତି

ଗଞ୍ଜାମ/ହରପ୍ରସାଦ ବିଷୋୟୀ : ଗଞ୍ଜାମରେ ଦଣ୍ଡନାଚ ପାଇଁ ପ୍ରଶାସନ ପକ୍ଷରୁ ଅନୁମତି। ପୂର୍ବରୁ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡଯାତ୍ରା ପାଇଁ ନିର୍ଦ୍ଦେଶାନାମାରେ ସାମାନ୍ୟ ପରିବର୍ତ୍ତନ କରି କରୋନା କଟକଣା ଭିତରେ ଦଣ୍ଡଯାତ୍ରା ପାଳନକୁ ଅନୁମତି ପ୍ରଦାନ କରାଯାଇଛି।  କେବଳ ସ୍ଥାନୀୟ କଳାକାରଙ୍କୁ ନେଇ ଦଣ୍ଡନାଚ ଅନୁଷ୍ଠିତ ହେବ।ରାଜ୍ୟ ବାହାର କିମ୍ବା ପ୍ରବାସୀ କାଳାକାରଙ୍କୁ ସମ୍ପୂର୍ଣ୍ଣ ରୂପେ ମନା କରାଯାଇଛି । ଓଡ଼ିଆ ମେଲୋଡି କିମ୍ବା ଗ୍ରୁପ୍ ଡାନ୍ସ ପାଇଁ ସଂପୂର୍ଣ୍ଣ ବାରଣ କରାଯାଇଛି । ଅବଶ୍ୟ ବହିର ଆବଶ୍ୟକତା ନେଇ ନାଟକ ଭିତରେ କିଛି ନାଚ ହୋଇ ପାରିବ । ସେହିପରି ନାଟକ ପ୍ରାରମ୍ଭରେ ଓ ମଝିରେ ମଝିରେ କରୋନା ସଚେତନତା ଦୃଶ୍ୟ ପରିବେଷଣ କରିବାକୁ ପରାମର୍ଶ ଦିଆଯାଇଛି।ସୂଚନାଯୋଗ୍ୟ ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହୋଇଥିବା କଟକଣାକୁ ନେଇ ଅସନ୍ତୋଷ ଜାହିର କରିଥିଲେ ଲୋକେ । ୨ଶହ ଲୋକଙ୍କୁ ନେଇ ଦଣ୍ଡନାଚ କରିବାକୁ ଅନୁମତି ପ୍ରଦାନ କରାଯାଇଥିଲା। ତାଠୁ ଯଦି ଅଧିକ ହେଲେ, ଆୟୋଜକ ଦାୟୀ ରହିବେ ବୋଲି ନିର୍ଦ୍ଦେଶନାମାରେ ଦର୍ଶାଇଥିଲା ଗଞ୍ଜାମ ଜିଲ୍ଲା ପ୍ରଶାସନ । ସେହିପରି ଭୋଜି ଭାତ କିମ୍ବା ପ୍ରସାଦ ସେବନ କର୍ଯ୍ୟକ୍ରମକୁ ବାରଣ କରାଯାଇଥିଲା । ସାଂସ୍କୃତିକ କର୍ଯ୍ୟକ୍ରମ ଆଦୌ ହୋଇପାରିବ ନାହିଁ ବୋଲି କୁହାଯାଇଥିଲା ।