(ଅନୁସ୍ୱୟା)ଭୁବନେଶ୍ୱର: ଚୀନରୁ ବ୍ୟାପିଥିବା କରୋନା ଭାଇରସ ଏବେ ସାରା ବିଶ୍ୱରେ ଆତଙ୍କ ଖେଳାଦେଇଛି । ତେବେ କରୋନା ଭୟାବହତା ନେଇ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୪୪ଧାରା ଲାଗୁ କରାଯାଇଥିଲା। ତେବେ ଗଞ୍ଜାମ ଜ଼ିଲାରେ ଲାଗୁ ହୋଇଥିବା ୧୪୪ ଧାରାକୁ ବୁଧବାର ଜ଼ିଲାପାଳ ଉଠାଇ ଦେଇଛନ୍ତି। ଅପରପକ୍ଷେ କୋଭିଡ-୧୯ ରେଗୁଲସନ ୨୦୨୦ ଏବେ ବି ଜ଼ିଲାରେ ବଳବତ୍ତର ରହିଛି। ଏହାଫଳରେ ସାମାଜିକ କାର୍ୟ୍ୟକ୍ରମ, ସଭାସମିତି ଓ ମିଳାମିଶା ଉପରେ କଟକଣା ପୂର୍ବବତ ରହିଛି। ତାରାତାରିଣୀ ଚୈତ୍ର ଯାତ୍ରାରେ ଲକ୍ଷାଧିକ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲାପାଳଙ୍କ ପକ୍ଷରୁ ୧୪୪ ଧାରା ଲାଗୁ ହୋଇଥିଲା। ଫଳରେ ଲୋକମାନେ ଯାତ୍ରାରେ ସାମିଲ ହୋଇ ନ ଥିଲେ। ତେବେ ଏହା ଉଠିବା ପରେ ଜିଲାରେ ଥିବା କେବଳ ଔଷଧ, ପନିପରିବା ଓ ତେଜରାତି ଦୋକାନ ବ୍ୟତୀତ ଅନ୍ୟ ସବୁ ଦୋକାନ ବନ୍ଦ ରହିଛି। ଏପରିକି ଦଣ୍ଡ ଯାତ୍ରା ହେବନି ବୋଲି ଜଣାପଡ଼ିଛି।