ଗଛରେ ପିଟି ହୋଇଗଲା ବାଇକ , ଚାଲିଗଲା ଜୀବନ

(ବୌଦ୍ଧ) : ଭାରସ୍ୟାମ ହରାଇ ଗଛରେ ପିଟିଲେ ବାଇକ , ଚାଲିଗଲା ଯୁବକଙ୍କ ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ବ୍ଲକ ମୁଣ୍ଡାପଡା ପଞ୍ଚୟତ ଅନ୍ତର୍ଗତ କମିରା ରାସ୍ତାରେ । ସୁଚନା ଅନୁଯାୟୀ ମୃତ ଯୁବକ ଜଣକ ହେଲେ କମିରା ଗ୍ରାମର ମୁନା ନାଏକ । ଆଜି ଅପରାହ୍ନ ସମୟରେ ମୁନା ଖମାରିପଡା ଗ୍ରାମରୁ ବାଇଡିଙ୍ଗ ତାର କିଣି ଫେରୁଥିଲେ । ସେହି ସମୟରେ କମିରା ରାସ୍ତାରେ ମୁନାଙ୍କ ବାଇକଟି ଭାରସାମ୍ୟ ହରାଇ ତାଙ୍କ ଏକ ଗଛରେ ପିଟି ହୋଇଯାଇଥିଲା।ଘଟଣା ସ୍ଥଳରୁ ଗୁରିତର ଅବସ୍ଥାରେ ମୁନାକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ମେଡିକାଲରେ ଭର୍ତ୍ତୀ କରିଥୀିଲେ । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଘଟଣା ସ୍ଥଳରେ ଜହ୍ନାପଙ୍କ ଫାଣ୍ଡି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।