ଗଛରେ ଝୁଲୁଛି ଅଜଣା ଯୁବକଙ୍କ ମୃତଦେହ

(ରାଉରକେଲା) : ଗଛରୁ ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର । ସେକ୍ଟର -୨୧ ଦୀପ୍ତି ହୋଟେଲ ସାମ୍ନାରେ ଥିବା ଗଛରୁ ଏକ ଝୁଲନ୍ତା ଶବ ଉଦ୍ଧାର ହୋଇଛି। ମୃତ ଯୁବକର ପରିଚୟ ମିଳିପାରିନଥିାବ ବେଳେ ଯୁବକର ବୟସ ୨୦ରୁ ୨୨ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ଅନ୍ୟପ୍ଣଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଆଜି ସକାଳୁ ହୋଟେଲ କର୍ମଚାରୀ ଯୁବକର ମୃତଦେହ ଝୁଲୁଥିବା ଦେଖି ପ୍ଲାଣ୍ଟ ସାଇଟ ପୁଲିସକୁ ସୂଚନା ଦେଇଥିଲେ।ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଆରଜିଏଚକୁ ପଠାଇଛି। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।