ଗଁ ରାସ୍ତାରେ ହତ୍ୟା

(ମୃତ୍ୟୁଞ୍ଜୟ ଭୋଇ /ରିପୋଟରର୍ସ ଟୁଡ଼େ ) : କଳାହାଣ୍ଡିର ପିପଲଗୁଡ଼ାରେ ରାସ୍ତା କଡ଼ରୁ ଚାରିଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ୩ଜଣ ମୃତକ ସୁଗର ନାଏକ, ଲିଙ୍ଗ ନାଏକ ଓ ନକୁଳ ନାଏକ ଗୋଟିଏ ପରିବାରର ହୋଇଥିବା ବେଳେ ଅନ୍ୟ ଜଣେ ଉପି ଶବର ବୋଲି ଚିହ୍ନଟ ହୋଇଛି। ଏମାନଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। ମଦ ପିଇ ନିଶାସକ୍ତ ଅବସ୍ଥାରେ ହତ୍ୟା କରିଥିବା ସୂଚନା ମିଳିଛି । ହତ୍ୟାର କାରଣ ଅସ୍ପଷ୍ଟ ରହିଛି। ଏହି ଘଟଣାରେ ଯତିନ୍ଦ୍ର ନାମକ ବ୍ୟକ୍ତିକୁ ଅଟକ ରଖି ଜୟପାଟଣା ପୋଲିସ ତଦନ୍ତ କରୁଛି ।