ଖୋର୍ଦ୍ଧା ମେଡିକାଲରେ ପଶି ପାଚେରୀ ଭାଙ୍ଗିଲେ ହାତୀ ପଲ

0

ଖୋର୍ଦ୍ଧା/ସଞ୍ଜୁ– ପୁଣି ହାତୀପଲଙ୍କ ଉତ୍ପାତ । ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧାସ୍ଥିତ  ଜିରପୁରରେ ୧୭ ଟିକିଆ ହାତୀପଲ ପଶି ଉତ୍ପାତ କରିଥିଲେ । ମେଡିକାଲ ନିକଟ କାଜୁ ଜଙ୍ଗଲରୁ ଆସି ମେଡିକାଲ ପରିସରରେ ପଶି ପାଚେରୀ ଭାଙ୍ଗିଥିବାର ଦେଖିବାକୁ ମିଳିଛି ମାଇକ ଯୋଗେ ଲୋକଙ୍କୁ ସତର୍କ କରାଉଛି ବନବିଭାଗ । ସେହିପରି ବାଣ ଫୁଟାଇ ହାତୀପଲଙ୍କୁ ଘଉଡେଇବାପାଇଁ ପ୍ରୟାସ କରିଛି ବନବିଭାଗ । ତେବେ ୧୭ ଟିକିଆ ହାତୀ ପଲ ଚନ୍ଦକା ଜଙ୍ଗଲରୁ ଆସି ରାସ୍ତା ଉପରେ ବୁଲିବା ସହ ବ୍ୟାପକ ଧାନ ଫସଲ ନଷ୍ଟ କରୁଛନ୍ତି । ହାତୀପଲଙ୍କୁ ଦେଖି ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି ।