ଖୋର୍ଦ୍ଧା ଜିଲ୍ଲାର ଜଟଣୀରେ ପାନୀୟ ଜଳ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

0

(ରିପୋର୍ଟସ ଟୁଡ଼େ): ଆଗକୁ ଆସୁଛି ନିର୍ବଚନ । ନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ଜନକଲ୍ୟାଣକାରୀ ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ କରିବାରେ ଲାଗିଛନ୍ତି । । ଗତ ଦୁଇ ଦିନ ତଳେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦରେ ଏକ ବୃହତ ଜଳଯୋଗାଣ ପ୍ରକଳ୍ପକୁ ନବୀନ ଲୋକାର୍ପିତ କରିଥିବା ବେଳେ ଆଜି ଖାର୍ଧା ଜିଲ୍ଲା ଜଟଣୀ ଖୁଦପୁର ପଡିଆରେ ପାନୀୟ ଜଳ ପ୍ରକଳ୍ପର ଲୋକାର୍ପଣ କରିବେ ।
ଆଜି ଦିନ ୧୧ଟା ବେଳେ ମୁଖ୍ୟମନ୍ତ୍ରୀ ଜଟଣୀ ସମେତ ଆହୁରି ୯୫ଟି ପୌରାଂଚଳରେ ଥିବା ୫୦୦ଟି ପାନୀୟ ଜଳ ପ୍ରକଳ୍ପର ଲୋକାର୍ପଣ ଏବଂ ସହଭାଗିତା ମାଧ୍ୟମରେ ବିସ୍ତୃତ ଜଳ ଯୋଗାଣ ପ୍ରକଳ୍ପର ଉଦଘାଟନ କରିବେ । ଏହା ମାଧ୍ୟମରେ ପିପିପି ମୋଡରେ ଖୋର୍ଧା ଏବଂ ଜଟଣୀ ପୌରପରିଷଦ ସହ ନାଇଜର, ଆଇଆଇଟି, ଇଡକୋ ଅଂଚଳରେ ପାନୀୟ ଜଳ ଯୋଗାଣ ହେବ ।
ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସହ ସ୍ଥାନୀୟ ବିଧାୟକ ଭାଗିରଥୀ ବଡଜେନା, ଗୃହ ନିର୍ମାଣ ଓ ଜଳ ଯୋଗାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏବଂ ସାଂସଦ ପ୍ରସନ୍ନ ପାଟଶାଣୀ ଆଦି ଯୋଗଦେବାର କାର୍ୟ୍ୟକ୍ରମ ରହିଛି ।