(ରିପୋଟରର୍ସ ଟୁଡ଼େ/ଭୁବନେଶ୍ୱର): ପ୍ରାୟତଃ ଅଧିକାଂଶ ଲୋକମାନେ ଭୁଲ ଖାଦ୍ୟ-ପାନୀୟ କାରଣରୁ ଅତ୍ୟଧିକ ମୋଟାପଣ ପାଇଁ ଚିନ୍ତିତ ହୋଇଥାନ୍ତି। ଯଦି ଆପଣ ମଧ୍ୟ ନିଜର ଅତ୍ୟଧିକ ଓଜନ ପାଇଁ ଚିନ୍ତିତ ଅଛନ୍ତି, ତେବେ ନିଶ୍ଚିନ୍ତ ଆଜି ହିଁ ଖାଦ୍ୟରେ ଏହି ଜିନିଷ ସାମିଲ କରନ୍ତୁ।
୧. ବିନ୍ସରେ କ୍ୟାଲୋରୀର ମାତ୍ରା କମ ରହିଥାଏ ଏବଂ ଏଥିରେ ଆଇରନ ଓ ଫାଇବର ମାତ୍ରା ଅଧିକ ରହିଥାଏ। ଏହା ଆପଣଙ୍କ ଓଜନ କମାଇବାରେ ଲାଭଦାୟକ ହୋଇଥାଏ।
୨.ଆମ୍ବ କେବଳ ପାଟି ସୁଆଦିଆ ପାଇଁ ହୋଇନଥାଏ ବରଂ ଏହା ଓଜନ କମ କରରିବା ପାଇଁ ମଧ୍ୟ ସେବନ କରିପାରିବେ। ଆମ୍ବରେ ଫାଇବର, ମ୍ୟାଗନେସିୟମ ଏବଂ ଆଇରନ ରହିଥାଏ, ଯାହା ଭୋକ ନିୟନ୍ତ୍ରଣ କରିଥାଏ।
୩.ଭକଲରା ଅତ୍ୟଧିକ ମୋଟାପଣ ଦୂର କରିବାରେ ସାହାଯ୍ୟ କରିଥାଏ। ଏଥିସହ ବ୍ଲଡ ସୁଗାର ସ୍ତର ମଧ୍ୟ ନିୟନ୍ତ୍ରିତ ରଖିବାରେ ସହାୟକ ହୋଇଥାଏ। କଲରା ଶରୀରରେ କ୍ୟାଲୋରୀର ମାତ୍ରା କମ କରିବା କାରଣରୁ ଓଜନ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ।