ଖରାଦିନେ ଘରେ ପ୍ରସ୍ତୁତ କରନ୍ତୁ ଗୁଜୁରାତି ସରବତ

(ଭୁବନେଶ୍ୱର / ରିପୋର୍ଟସଟୁଡେ): ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବା ଗୁଜୁରାତି ସରବତ ।
ଆବଶ୍ୟକୀୟ ସାମଗ୍ରୀ : ୩-୪ କପ ଥଣ୍ଡା ପାଣି
ଅଧ ଚାମଚ ଗୁଜୁରାତି ଗୁଣ୍ଡ
୪-୫ ଚାମଚ ଚିନି
ଅଧ ଚାମଚ ଗୋଲ ମରିଚ ଗୁଣ୍ଡ
୮ ଖଣ୍ଡ ବରଫ
ପ୍ରସ୍ତୁତ ପ୍ରଣାଳୀ : ଗୁଜୁରାତି ସରବତ ପ୍ରସ୍ତୁତ କରିବା ଲାଗି ପ୍ରଥମେ ଏକ ବଡ ପାତ୍ରରେ ୩-୪ କପ ପାଣି ଢାଳନ୍ତୁ । ଏଥିରେ ଚିନି ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ । ଏବେ ଚିନି ପାଣିରେ ଲେମ୍ବୁ ରସ , ଗୁଜୁରାତି ଗୁଣ୍ଡ ଏବଂ ଗୋଲମରିଚ ଗୁଣ୍ଡ ପକାଇ ମିଶାନ୍ତୁ । ଏବେ ସରବତରେ ବରଫ ପକାଇ ମିଶାନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଗୁଜୁରାତି ସରବତ ।