(ସୂର୍ୟ୍ୟକାନ୍ତ ବେହେରା / ମାଲକାନଗିରି) : ମାଲକାନଗିରି ଜିଲ୍ଲା କୋରକୁଣ୍ଡା ବ୍ଲକ ଅନ୍ତର୍ଗତ ଏମଭି ୩୬ ମୁଖ୍ୟ ରାସ୍ତାରେ ଟ୍ରକ ଓ ବାଇକ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ମୃତ ଓ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଯେ ଗାଡି ନମ୍ବର ଙଜ୧୦ଏ ୦୯୪୫ ଟ୍ରକଟି ମାଲକାନଗିରିରୁ ବାଲିମେଳା ଯାଉଥିବା ବେଳେ ବାଇକଟି ମାଲକାନଗିରି ଅଭିମୁଖେ ଆସୁଥିଲା।ଉଭୟଙ୍କ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକରେ ଥିବା ତିନି ଜଣଙ୍କ ମଧ୍ୟରୁ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତ ମହିଳାଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ବେଳେ ମୃତକ ଦୁଇଜଣଙ୍କୁ ଗ୍ରାମବାସୀ ରାସ୍ତା ଉପରେ ରଖିଥିବା ସୂଚନା ମିଳିଛି। ମୃତକ ଦୁଇଜଣ ହେଲେ ଏମ୍ଭ ୩୬ ଗ୍ରାମର ଦୀପକ ବିଶ୍ୱାସ (୫୦) ଓ ତାଙ୍କ ସ୍ତ୍ରୀ ସିପ୍ରା ବିଶ୍ୱାସ ( ୪୨) । ଗୁରୁତର ମହିଳାଙ୍କ ନାମ ସାଧନା ଦାସ ( ୩୩ ) ବୋଲି ଜଣାପଡିଛି। ଘଟଣା ସ୍ଥଳରେ ବାଲିମେଳା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗାଡି ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି।