କ୍ୟାବିନେଟ ବୈଠକ ଶେଷ,୯ଟି ପ୍ରସ୍ତାବ ଉପରେ ମୋହର

(ସରୋଜ କୁମାର ରାଉତ)ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶେଷ ହୋଇଛି ରାଜ୍ୟ କ୍ୟାବିନେଟ୍ ବୈଠକ । ଲୋକସେବା ଭବନରେ ଅନୁଷ୍ଠିତ ହୋଇଥିବା କ୍ୟାବିନେଟ୍ ବୈଠକରେ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରି ମିଳିଛି । ଏନେଇ ବୈଠକ ପରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଓଡିଶା ସିଭିଲ ସର୍ଭିସ ନିୟମରେ ସଂଶୋଧନକୁ ଅନୁମୋଦନ ମିଳିଛି । ଏହା ସହ ଅନୁକମ୍ପାମୂଳକ ସହାୟତ ଯୋଜନାରେ ଚାକିରି ନିୟମରେ ସଂଶୋଧନକୁ ମଞ୍ଜୁରି ମିଳିଛି । ଏଥିରେ ବିଭିନ୍ନ ଗ୍ରୁପର କର୍ମଚାରୀ ଙ୍କ ମୃତ୍ୟୁ ହେଲେ ପରିବାର ଲୋକଙ୍କୁ ଗ୍ରୁପ-ଡି ପଦବୀ ମିଳିବ। ଆଗରୁ ୧୦ ପ୍ରତିଶତ କ୍ୟାଡର ନିଯୁକ୍ତି ପାଉଥିଲେ । ସେହିପରି ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହେଲେ ଆର୍ଥିକ ଦୁର୍ଗତି ଅନୁସାରେ ଚାକିରି ଦିଆଯିବ । ୨ଟି ଗ୍ରାମ୍ୟ ପାଇପ୍ ଜଳ ଯୋଗାଣ ପ୍ରକଳ୍ପକୁ କ୍ୟାବିନେଟ୍ ଅନୁମୋଦନ କରିଛି । ସୁନ୍ଦରଗଡ ଜିଲ୍ଲାର ଦୁଇଟି ପ୍ରକଳ୍ପ। ୩୪୪ କୋଟି ଟଙ୍କା ଖର୍ଚ୍ଚ ହେବ। ୩ଟି ବ୍ଲକର ସବୁ ଗାଁକୁ ପାଣି ଯିବ ।
କୁଅଁରମୁଣ୍ଡା ବ୍ଲକ ପାଇଁ ବି ପ୍ରକଳ୍ପ ହେବ। ୩୪୦ କୋଟି ଟଙ୍କା ଖର୍ଚ୍ଚ ହେବ। ୨ ଲକ୍ଷ ଲୋକ ଉପକୃତ ହେବେ । ଏସଟିପିଆଇର ଯେକୌଣସି ଜାଗାରେ କେନ୍ଦ୍ର ହେଲେ ୩ ଏକର ପର୍ୟ୍ୟନ୍ତ ପ୍ରିମୀୟମ ମାଗଣା ଦିଆଯିବ ।ଓଡିଶା ଖଣି ନିଗମର ଦୀର୍ଘ ମିଆଦୀ ଲିଂକେଜକୁ ଅନୁମତି ମିଳିଛି । ଏହା ସହ ବିଧାନସଭା ତୃତୀୟ ଅଧିବେଶନକୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରି ମିଳିଛି ।