(ସରୋଜ କୁମାର ରାଉତ)ରିପୋର୍ଟସଟୁଡେ: ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ବଳଦିଆ ନୂଆଗାଁରେ ଜଣେ କରୋନା ସନ୍ଦିଗ୍ଧ ଚିହ୍ନଟ ହୋଇଛି । ସେ ତାମିଲନାଡୁରେ ଶ୍ରମିକ ଭାବେ କାମ କରୁଥିଲେ। ଥଣ୍ଡା, କାଶ ଓ ଶ୍ୱାସକ୍ରିୟାରେ କଷ୍ଟ ହେଉଥିବାରୁ ସେ କରୋନାରେ ଆକ୍ରାନ୍ତ ହୋଇଥିବା ସନ୍ଦେହ ହୋଇଛି। ସନ୍ଦିଗ୍ଧଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲର ଆଇସୋଲେସନ ୱାର୍ଡରେ ରଖାଯାଇଛି । ଆଜି ତାଙ୍କର ସ୍ଵାବ ନମୁନା ପରୀକ୍ଷା ପାଇଁ ଆର ଏମ ଆର ସିକୁ ପଠାଯିବ ବୋଲି କ୍ୟାପିଟାଲ ହସପିଟାଲ ନିର୍ଦେଶକ ଅଶୋକ କୁମାର ପଟ୍ଟନାୟକ ସୂଚନାଦେଇଛନ୍ତି ।