କ୍ରେନ ତଳେ ଚାପି ହୋଇଗଲେ ବୃଦ୍ଧ

(ଗଜପତି) ; ମୃତ୍ୟୁ ଏମିତି ବି ଆସେ । ଚାଲି ଚାଲି ଗଲାବେଳେ କ୍ରେନ ତଳେ ଚାପି ହୋଇଗଲେ ବୃଦ୍ଧ । ଏମିତି ଏକ ଦଃୁଖଦ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ପାଟପାଟଣା ନାକା ପଏଣ୍ଟ ନିକଟରେ । ଘଟଣାରୁ ପ୍ରକାଶ ଯେ ଗଜପତି ଜିଲ୍ଲା ପାତପାଟଣା ନାକା ପଏଣ୍ଟ ନିକଟରେ ଚାଲି ଚାଲି ଯାଉଥିବା ବେଳେ ବୃଦ୍ଧ ଉପରେ ଚଢିଗଲା କ୍ରେନ । ଘଟଣାସ୍ଥଳରେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକ ପାଟପାଟଣାର ବୋଲି ଜଣାପଡିଛି । ଖବର ପାଇ ପାରଳାଖେମୁଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।