କୋହଲିଙ୍କ ଝିଅକୁ ଦୁଷ୍କର୍ମ ଧମକ ଦେଇଥିବା ଯୁବକ ଗିରଫ

(ମୁମ୍ବାଇ) : କିଛି ଦିନ ପୂର୍ବରୁ ବିରାଟ କୋହଲିଙ୍କ ଝିଅକୁ ଦୁଷ୍କର୍ମ ଧମକ ଦିଆଯାଇଥିଲା । ଆଉ ଆଜି ଧମକ ଦେଇଥିବା ଯୁବକ ପୁୁଲିସର ହାତ କଡିରେ ।ସୂଚନା ଅନୁଯାୟୀ ଟି ୨୦ ଭାରତ ପାକିସ୍ଥାନ ଭିତରେ ଚାଲିଥିବା ବିଶ୍ୱକପରେ ଭାରତ ହାରିବା ପରେ ଏହି ଧମକ ଆସିଥିଲା ଟ୍ୱିଟରରେ । ଯେ କି ଜଣେ ଅଜଣା ଆକାଉଣ୍ଡରୁ ହୋଇଥିଲା । ଯାହା ଏବେ ଡିଲେଟ କରିଦିଆ ଯାଇଛି । ତେବେ ଏ ଘଟଣା ସାମ୍ନାକୁ ଆସିବା ପରେ ମହିଳା ଆୟୋଗ ପକ୍ଷରୁ ପୋଲିସକୁ ଏହି ଘଟଣା ବିଷୟରେ ସୂଚନା ଦିଆଯାଇଥିଲା । ଏହାକୁ ଆଧାର କରି ଧମକ ଦେଇଥିବା ଯୁବକକୁ ଗିରଫ କରିଛି ହାଦ୍ରାବାଦ ପୁଲିସ । ଅଭୀଯୁକ୍ତ ଜଣକ ହେଲେ ନାଗେଶ ଅଲିବିଥିନ(୨୩) । ଅଭିଯୁକ୍ତ ଜଣକ ସଫ୍ଟୱେୟାର ଇଞ୍ଜିନିୟର। ସେ ପ୍ରଥମେ ଖାଦ୍ୟ ଡେଲିଭରି ଆପରେ ସଫ୍ଟୱେୟାର କାମ କରୁଥିଲେ। ଏହି ଦୁଷ୍କର୍ମ ଧମକ ପରେ ରାମନାଗେଶକୁ ମୁମ୍ବାଇର ସାଇବର ବିଭାଗ ପୋଲିସ ଗିରଫ କରିଛି।