(ଭୁବନେଶ୍ୱର) : ରାଜଧାନୀରେ ଗୁଣ୍ଡାରାଜ ମାଡି ଚାଲିଥିବା ବେଳେ ମାରଣାସ୍ତ୍ର ସହ ଭିଡିଓ ଭାଇରାଲ ହେବାରେ ଲାଗିଛି । ତେବେ ପୁଣି କେ.ବି.ଏନ ଗ୍ରୁପର ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ହାତରେ କୌଣସି ମରଣାସ୍ତ୍ର ନୁହେଁ ହାତରେ ରହିଛି ମଦ ଗ୍ଲାସ । ପାଖରେ ପିସିିଆର ଭ୍ୟାନ ରହିଛି କିନ୍ତୁ ପିସିଆର ଭ୍ୟନକୁ ଖାତିର ନକରି ମଦ ପିଇ ମାତାଲ ହେଉଛନ୍ତି । ଆଉ ଏହାର ଭିଡିଓ କରି ସୋଶିଆଲ ମିଡିଆରେ ଛାଡିଛନ୍ତି । ସତେ ଯେମିତି କମିଶନରେଟ ପୁଲିସକୁ ଖୋଲା ଖୋଲି କରୁଛନ୍ତି ଚାଲେଞ୍ଜ ।