କେରଳରେ ନୂଆ ଭାଇରସ ‘ନୋରୋ’ ଆତଙ୍କ

ମହାମାରୀ କରୋନା ଦେଶରୁ ନ ଯାଉଛି ମାଡି ଆସିଲାଣି ଆଉ ଏକ ନୂଆ ଭାଇରସ।

(କେରଳ) : ମହାମାରୀ କରୋନା ଦେଶରୁ ନ ଯାଉଛି ମାଡି ଆସିଲାଣି ଆଉ ଏକ ନୂଆ ଭାଇରସ। କେରଳରେ ଦେଖାଇଦେଇ ନୂଆ ଭାଇରସ ‘ନୋରୋ’ର ଆତଙ୍କ। ଏନେଇ କେରଳ ସ୍ୱାସ୍ଥ୍ୟ ମନ୍ତ୍ରୀ ବିନା ଜର୍ଜ ଶୁକ୍ରବାର ଲୋକଙ୍କୁ ସତର୍କ କରାଇଛନ୍ତି।

କେରଳର ସ୍ୱାସ୍ଥ୍ୟମନ୍ତ୍ରୀ ବିନା ଜର୍ଜ କହିଛନ୍ତି ଯେ, ବର୍ତ୍ତମାନ ଚିନ୍ତାର କୌଣସି କାରଣ ନାହିଁ, କିନ୍ତୁ ସମସ୍ତେ ସଚେତନ ହେବା ଜରୁରୀ। ସୁପର କ୍ଲୋରିନେସନ୍ ସହ କାମ ଚାଲିଛି। ପିଇବା ପାଣିକୁ ଅଧିକ ପରିଷ୍କାର କରିବାର ଆବଶ୍ୟକତା ଅଛି । ଏହି ପ୍ରସଙ୍ଗରେ ବହୁ ଯତ୍ନ ନିଆଯାଉଛି । ଏଥିସହ ଲୋକଙ୍କୁ ସତର୍କ ରହିବାକୁ ସେ କହିଛନ୍ତି।