କେବିକେ କନ୍ଧମାଳ ସ୍ୱୟଂ ଶାସିତ ପରିଷଦ ଅଞ୍ଚଳ ଗଠନର ପ୍ରଥମ ବୈଠକ ଅନୁଷ୍ଠିତ

(ଗୋଲାପ ସାହୁ)କଳାହାଣ୍ଡି: କେବିକେ କନ୍ଧମାଳ ସ୍ବୟଂ ଶାସିତ ପରିଷଦ ଅଞ୍ଚଳ ଗଠନ ଦାବୀ ରେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଠାରେ କଳାହାଣ୍ଡି ଜିଲ୍ଲା ସର୍ବ ଦଳୀୟ କମିଟି ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସମସ୍ତ ରାଜନୈତିକ ଦଳ ତଥା ବୁଦ୍ଧିଜୀବି ପ୍ରତିନିଧି ମାନେ ଏକ ଜୁଟହୋଇ ସମର୍ଥନର ସଂକଳ୍ପ ନେଇ ନିଜ ନିଜର ମତ ଦେଇଛନ୍ତି। ଯେଉଁଥିରେ କେବିକେ ତଥା କନ୍ଧମାଳର ସାମଗ୍ରିକ ବିକାଶ ପରିଷଦର ଆବଶ୍ୟକତା କାରଣ ଓ ନିରାକରଣ ବିଷୟ ଆଲୋଚନା କରାଯାଇଥିଲା।ଅଶୋକ ପଟ୍ଟନାୟକ ଙ୍କ ସଭାପତିତ୍ୱ ରେ ଜୁନାଗଡ଼ ଠାରେ ଆୟୋଜିତ ଏହି ବୈଠକରେ ବରିଷ୍ଠ କଂଗ୍ରେସ ନେତା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ ,ଭରତବିଶ୍ୱାଳ ଠାକୁର, ଅଜୟ ମିଶ୍ର, ସୁଧାଂଶୁ ଶେଖର ନେଗି ଉପସ୍ଥିତ ରହି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। କେବିକେ କନ୍ଧମାଳ ପରିଷଦ ପାଇଁ ଆନ୍ଦୋଳନ ମୁଖ୍ୟ ନାୟକ ଶ୍ରୀ ଭକ୍ତଚରଣ ଦାସ ଯଦି ସରକାର ଆମରୀ ଦାବୀକୁ କର୍ଣ୍ଣପାତ ନକଲେ ସାରା ପଚିଂମ ଓଡିଶା କନ୍ଧମାଲ ଜିଲ୍ଲା ର ସର୍ବସାଧାରଣ ରାଜରାସ୍ତା କୁ ଉଲ୍ଲାଇ ଆସି ତାର ନ୍ୟାର୍ଜଦାବୀକୁ ହାସଲ କରିବାକୁ ବାଧ୍ୟହେବ ବୋଲି ଚେତାବନୀ ଦେଇଛନ୍ତି।
କେବିକେ ଜିଲ୍ଲା ଓ କନ୍ଧମାଳ ଜିଲ୍ଲାରେ ପ୍ରଚୁର ଖଣିଜ ସଂପଦ,ଲକ୍ଷ ଲକ୍ଷ କ୍ୟୁଣ୍ଟାଲ ଧାନ ଶସ୍ୟ ଉତ୍ପାଦନ ,୬୦୦ମେଗାୱାଟ ବିଦ୍ୟୁତ ଉତ୍ପାଦନ କ୍ଷମତା ,କୋଟି କୋଟି ଟଙ୍କାର ରାଜସ୍ୱ ଥିଲେ ମଧ୍ୟ ଏଥିରେ ଶିକ୍ଷା, ସ୍ଵାସ୍ଥ୍ୟ, ପାନୀୟଜଳ, ଗମନାଗମନ ଭଳି ମୌଳିକ ସୁବିଧା ସତସପନ ସାଜିଛି। ଦେଶରେ ୬୨୨ଟି ଜିଲ୍ଲା ଥିବାବେଳେ କେବିକେ ଜିଲ୍ଲା ଓ କନ୍ଧମାଳ ଜିଲ୍ଲା ଏବେବି ପଛୁଆ ଜିଲ୍ଲା ରୂପେ ଭାରତର ମାନଚିତ୍ର ରେ ପରିଗଣିତ ହେଉଛି।ପ୍ରତେକ କ୍ଷେତ୍ରରେ କେବିକେ ଜିଲ୍ଲା ଓ କନ୍ଧମାଳ କୁ ପକ୍ଷପାତିତା ହୋଇ ଆସୁଥିବା ବେଳେ ଆଜି ବି ଏହି ଜିଲ୍ଲା ମାନଙ୍କରେ ବିକାଶ ର ପଦଚିହ୍ନ ପଡିନି।ଏସବୁର ନିରାକରଣ ସମସ୍ତ ରାଜନୀତି ଦଳ ଙ୍କୁ କେବିକେ ଜିଲ୍ଲାର ବିକାଶ ପାଇଁ ଓ ତାର ଆବଶ୍ୟକତା ଦାବୀକୁ ସମର୍ଥନ ଦେବା ପାଇଁ ମୁକ୍ତ କଣ୍ଠରେ ଆହ୍ୱାନ ଦେଇଛନ୍ତି। ଦେଖାଯାଉ ଶୋଇପଡିଥିବା କେବିକେ ଜିଲ୍ଲା ର ବିକାଶ ପାଇଁ ଆଜି ଯେଉଁ ବ୍ୟକ୍ତିତ୍ୱ ମାନେ ଆଗେଇ ଆସିଛନ୍ତି ସେମାନଙ୍କୁ ବିଜେପି,ବିଜେଡ଼ି ଓ କଂଗ୍ରେସ ଦଳର ନେତା କେତେ ଦୁର ସମର୍ଥନ କରୁଛନ୍ତି ଆଗାମୀ ଦିନରେ ତାକୁ ନେଇ ଜନମାନସ ଅପେକ୍ଷାକରି ରହିଛି।