(ମୃତ୍ୟୁଞ୍ଜୟ ଭୋଇ)ଭୁବନେଶ୍ୱର: ଗତକାଲି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା। ତେବେ ଶାହାଙ୍କ ଓଡ଼ିଶା ଗସ୍ତ ସମ୍ପର୍କରେ ପ୍ରତିକ୍ରିୟା ପ୍ରକାଶ କରି ଜଟଣୀ ବିଧାୟକ ସୁର ରାଉତରାୟ କହିଛନ୍ତି ଯେ ଅମିତ ଶାହା ଦେଶରେ ଗୁଜୁରାଟ ମଡ଼େଲ ଦଙ୍ଗା କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି ।ଭାରତର ରାଜଧାନୀ ଦିଲ୍ଲୀ ଜଳୁଥିବା ବେଳେ ଅମିତ ଶାହା ଓଡ଼ିଶାରେ ଆସି ସିଏଏ ସମର୍ଥନ ରାଲି କରିବା ଦୁଭାର୍ଗ୍ୟଜନକ। ନିଜର ବିଫଳତାକୁ ଲୁଚାଇ ପାଇଁ ମୋଦି ସରକାର ଧର୍ମ ଓ ନାଗରିକତା ନାମରେ ଅସ୍ଥିରତା ସୃଷ୍ଟି କରୁଛନ୍ତି।
ବର୍ଷକୁ ଦୁଇକୋଟି ନିଯୁକ୍ତି ପାଣିରଗାର। ଦେଶରେ ଶିକ୍ଷିତ ଯୁବକ ଆଜି ବେକାର। ଦେଶରେ ବେକାରୀ ସମସ୍ୟା ୪୫ବର୍ଷର ରେକର୍ଡ଼ ଟପିଛି। ଶାହାଙ୍କ ୫୫ବର୍ଷ ଓ ୫ବର୍ଷର ତୁଳନା ଦୁଭାର୍ଗ୍ୟଜନକ। କଂଗ୍ରେସ ୧୯୪୭ ନୁହେଁ ୧୮୮୫ ମସିହାରୁ ଭାରତବର୍ଷର ସ୍ୱାଧୀନ,ନିର୍ମାଣ ଏବଂ ଅଖଣ୍ଡତା ପାଇଁ ଲଢେଇ କରିଆସୁଛି । ଆଜି ବିକଶିତ ଭାରତ କେବଳ କଂଗ୍ରେସ ସରକାରର ସୁଶାସନର ପ୍ରତିଫଳନ ବୋଲି ଶ୍ରୀ ରାଉତରାୟ କହିଛନ୍ତିି। ବିଜେଡ଼ି ବିଜେପି ମିଳିତ ସରକାର ୨୦ବର୍ଷରେ ଓଡ଼ିଶାକୁ ରସାତଳଗାମୀ କରିଦେଇଛନ୍ତି।