କାଶ୍ମୀରରେ ପ୍ରବଳ ବର୍ଷା ସହ ତୁଷାର ପାତ

(ଶ୍ରୀନଗର) : ଜମ୍ମୁ କାଶ୍ମିରିରେ ଗତ କାଲିଠାରୁ ପ୍ରବଳ ବର୍ଷା ହେବା ସହ ଉପର ଇଲାକାରେ ବରଫ ବର୍ଷା ମଧ୍ୟ ଆରମ୍ଭ ହୋଇଯାଇଛି । ଏ ନେଇ ପାଣିପାଗ ବିଭାଗ ଶନିବାର ଏବଂ ରବିବାର ସତର୍କ ସୂଚନା ଦେଇ ସାରିଛନ୍ତି । ଦକ୍ଷୀଣ କାଶ୍ମିରିର କିଛି ଜାଗାରେ ମଧ୍ୟମ ଧରଣର ବର୍ଷା ଜାରି ରହିଛି । ଅନ୍ୟପଟେ ଶ୍ରନଗର ଏବଂ ଏହାର ଆଖପାଖ ସହରରେ ଶୁକ୍ରବାର ରାତିରୁ ପ୍ରବଳ ବର୍ଷା ଲାଗିରହିଛି । ଏହାରି ମଧ୍ୟରେ ଘାଟିର ଉପରି ଭାଗରେ କେତେକ ସ୍ଥାନରେ ୧ ଫୁଟର ବରଫ ଜମା ହୋଇଥିବା ସୂଚନା ମିଳିଛି । ଘାଟିର ଗୁଲଗର୍ଗ , ସିନମାର୍ଗ , ପହଲଗାମ, ସୋଂପିଆ ରେ ମଧ୍ୟମ ଏବଂ ଗୁରେଜରେ ହାଲ୍କା ବରଫ ପଡୁଥିବା ବେଳେ ସୋପିଆ ଏବଂ ପହଲାଗମରେ ପ୍ରଥମ ଥର ପାଇଁ ବରଫ ପଡୁଥିବା ରେକର୍ଡ କରା ଯାଇଛି ।