(ମନୋଜ ସାହୁ)ରାୟଗଡ଼ା: ସାରା ରାଜ୍ୟରେ କଡ଼ାକଡ଼ି ଗାଡ଼ି ଚେକିଂ ଚାଲିଥିବା ବେଳେ ଆଜି ରାୟଗଡାରେ ମଧ୍ୟ କଡାକଡି ଭାବେ ଗାଡ଼ି ଯାଞ୍ଚ କରାଯାଉଛି। ଆଜି ୩୨୬ ନମ୍ଵର ଜାତୀୟ ରାଜପଥର ସ୍ଥାନୀୟ ଖଲିଗୁଡା ଠାରେ ଆଂଚଳିକ ପରିବହନ ଓ ପୋଲିସ ବିଭାଗ ମିଳିତରେ ଟ୍ରାଫିକ ଚେକିଂ କରାଯାଇଥିଲା । ଏଥିରେ ଆନ୍ଧ୍ର ପ୍ରଦେଶରୁ କାଠ ବୋଝେଇ ନେଇ ଆସୁଥିବା ଏକ ଟ୍ରକ (ନମ୍ବର ଇଚ୩୧ଞଟଟ ୩୨୪୯)କୁ ପରମିଟ ନ ଥିବା ତଥା ଓଡିଶା ଟ୍ୟାକ୍ସ ପୈଠ କରି ନ ଥିବାରୁ ଏକା ଥରକେ ୧ ଲକ୍ଷ ୧୦ଜହାର ୮ଶହ ଟଙ୍କା ଜୋରିମାନା ପକାଇଛି ପରିବହନ ବିଭାଗ । ଯାହା କି ସାରା ଓଡିଶାରେ ଏହା ସର୍ବାଧିକ ଜୋରିମାନା ବୋଲି ଜଣାପଡିଛି। ସେହିପରି ଟ୍ରିପଲ ଡ୍ରାଇଭିଂ,ବିନା ହେଲମେଟ,ସିଟ ବେଲ୍ଟ ନ ବାନ୍ଧିବା,ଦ୍ରୁତ ଗତିରେ ଗାଡି ଚାଳନା,ବିନା ବୀମା ଓ ଗାଡି କାଗଜପତ୍ର ନ ଥିବା ଗାଡି ଚାଳକଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଛି । ରାୟଗଡା ଆରଟିଓ ଦିଲ୍ଲିପ କୁମାର ଦଳେଇ,ଏମଭିଆଇ ଶିବଶଙ୍କର ଚୈାଧୁରୀ,ଏସଡିପିଓ ତପନ ନାରାୟଣ ରଥଙ୍କ ସମେତ ଏସଆଇ ରିଗାନ କିଣ୍ଡୋ,ଏ ଏସ ଆଇ. ପି.ରାବଣା ଓ ଗୋପାଳ ନାୟକ ପ୍ରମୁଖ ଟ୍ରାଫିକ ଚେକିଂରେ ଉପସ୍ଥିତ ରହିଥିଲେ।